26.1 C
Bhubaneswar
Friday, March 29, 2024
Homeଓଡିଶାଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜିପିଏଚ୍ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜିପିଏଚ୍ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭୁବନେଶ୍ୱର ଜିପିଏଚ୍‌ ଡିଭିଜନ୍-୨ର ଯନ୍ତ୍ରୀ ରବିନ୍ଦ୍ର ପ୍ରଧାନଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭଯୋଗରେ ଚଢଉ। ଏକକାଳୀନ ୬ଟି ସ୍ଥନାରେ ଚଢାଉ କରୁଛି ବିଭାଗ। ଏଥିମଧ୍ୟରେ ନୟାପଲ୍ଲୀରେ ଥିବା ଦୁଇମହଲା କୋଠା, ବାଲିଅନ୍ତାର କାଞ୍ଚିଲୋରେ ଥିବା ଏକ ଆପାର୍ଟମେଣ୍ଟର ପ୍ଲଟ୍ ନଂ-୫୧, ନହରକଣ୍ଟାରେ ଥିବା ଏକମହଲା ଘର, ତାଙ୍କର ସରକାରୀ କାର୍ଯ୍ୟାଳୟ, ଖୁରୁଣ୍ଟିରେ ଥିବା ସଂପର୍କୀୟଙ୍କ ଘର ଏବଂ ବ୍ରହ୍ମପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗରରେ ଥିବା ପୈତୃକ ଘର ଆଦି ରହିଛି। ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିବା ଜଣାଯାଇଛି। ଏହି ଚଢ଼ଉ ସମୟରେ କେତେ ପରିମାଣର ସଂପତ୍ତି ଠାବ ହୋଇଛି, ତାହା ଏଯାବତ୍ ଜଣାପଡ଼ିନାହିଁ।
ସୂଚନା ଥାଉକି, ଗତକାଲି ଭିଜିଲାନ୍ସ ଗୁରାଣ୍ଡୀ କଲେଜର ଏଜୁକେସନ ଅଧ୍ୟାପକ ଜି ନାଗେଶ୍ୱର ରାଓଙ୍କ ଘରେ ରେଡ୍‌ କରିଥିଲା। ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସର ମିଳିତ ଭାବେ ୬ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking