ଭିଜିଲାନ୍ସ ଜାଲରେ କିରାଣୀ

ଯାଜପୁର : ପୁଣି ଜଣେ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଯାଜପୁର ଧର୍ମଶାଳା ସବରେଜିଷ୍ଟାର ଅଫିସର କିରାଣିଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଟିମ ପହଞ୍ଚି ଚଢାଉ କରିବା ସହ ୫୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତି, ଏହା ସହ ନଗଦ ଟଙ୍କା ,ସୁନା, ଓ ବିଭିନ୍ନ ବ୍ୟାଙ୍କ ପାସବୁକ ଜବତ କରିଛି ।
ତେବେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ନେଇ ରତ୍ନାକର ମହାନ୍ତିଙ୍କ ଚହଟା ସ୍ଥିତ ବାସଭବନରେ ଚଢାଉ କରିଥିଲା । ଏହା ସହ ତାଙ୍କ କାର୍ଯ୍ୟାଳୟ ଓ ଶ୍ୱଶୁର ଘରେ ମଧ୍ୟ ରେଡ଼ କରାଯାଇଛି । ଭିଜିଲାନ୍ସର ଏକକାଳୀନ ୭ଟି ଟିମ ପହଞ୍ଚି ଚଢାଉ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here