30 C
Bhubaneswar
Tuesday, April 16, 2024
Homeଓଡିଶାଏସିଏଫ୍ ସୌମ୍ୟ ମାମଲାରେ ବଡ଼ ଖୁଲାସା, ଏଡିଜି କହିଲେ ‘ବିଦ୍ୟାଭାରତୀ ଅଭିଯୁକ୍ତ’

ଏସିଏଫ୍ ସୌମ୍ୟ ମାମଲାରେ ବଡ଼ ଖୁଲାସା, ଏଡିଜି କହିଲେ ‘ବିଦ୍ୟାଭାରତୀ ଅଭିଯୁକ୍ତ’

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଡ଼ ବୟାନ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେ କହିଛନ୍ତି ଯେ, ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି । ୮୧ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ ପରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ବିଦ୍ୟାଭାରତୀଙ୍କ ନାଁରେ ଆଇପିସି ୨୮୫, ୩୦୪-ଏ ଦଫା ଲାଗିଛି । ସିବିଆଇ ମାମଲା ହାଇକୋର୍ଟରେ ବିଚାରଧୀନ ଅଛି ।

ଏହା ସହ ମାମଲାରେ ବିଦ୍ୟାଭାରତୀ ହିଁ ଘଟଣାର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଏନେଇ ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪ (ଏ) ଲଗାଯାଇଛି ବୋଲି ଏଡିଜି ରହିଛନ୍ତି। ପରେ ମାମଲାର ଗମ୍ଭୀରତାକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷୟା ମନ୍ନମଥ କୁମ୍ଭଙ୍କ ବିରୁଦ୍ଧରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଯେଉଁ ଅଭିଯୋଗ ଆଣିଥିଲେ, ସେଥିରେ କୌଣସି ପ୍ରମାଣ ମିଳିପାରିନଥିବାରୁ ସେମାନଙ୍କୁ କ୍ଳିନଚିଟ ଦେଇଛି କ୍ରାଇମବ୍ରାଞ୍ଚ ।

ଜୁଲାଇ ୧୨ ରାତିରେ କିଛି କାଗଜ ପୋଡିବା ବେଳେ ସୌମ୍ୟରଞ୍ଜନଙ୍କ ଦେହରେ ଦୁର୍ଘଟଣାବଶତଃ ନିଆ ଲାଗିଯାଇଥିଲା । ଯାହା ଫଳରେ ସେ ୯୫ ପ୍ରତିଶତ ପୋଡି ହୋଇଯାଇଥିଲେ । କିନ୍ତୁ ସେହି ସମୟରେ ସୌମ୍ୟଙ୍କ ସହ ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ନିଜେ ନିଆଁ ଲିଭାଇନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ। ତେଣୁ ସୌମ୍ୟରଞ୍ଜନଙ୍କ ଶରୀର ୯୫ ପ୍ରତିଶତ ପୋଡି ହୋଇଯାଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ। ୧୩ ତାରିଖରେ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking