26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଶ୍ୱ ଦେଖିବ ପାଇକ ବିଦ୍ରୋହର କାହାଣୀ

ବିଶ୍ୱ ଦେଖିବ ପାଇକ ବିଦ୍ରୋହର କାହାଣୀ

ନୂଆଦିଲ୍ଲୀ : ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁଙ୍କୁ ନେଇ ଆସୁଛି ଧାରାବାହିକ ‘ବିଦ୍ରୋହୀ’ । ଆଜିଠାରୁ ଷ୍ଟାର୍ ପ୍ଲସରେ ଏହି ହିନ୍ଦୀ ଧାରାବାହିକ ସୋମବାରରୁ ଶନିବାର ପଯର୍ଯନ୍ତ ପ୍ରସାରଣ କରାଯିବ । ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ଏହି ଧାରାବାହିକ ଆଧାରିତ ହୋଇଛି । ଇଂରେଜମାନଙ୍କ କଠୋଇ ଆଇନ ବିରୋଧରେ ପାଇକମାନେ କିପରି ବିଦ୍ରୋହ କରିଥିଲେ ତା’ ଉପରେ ପର୍ଯ୍ୟବେଶିତ ହୋଇଛି ଏହି ଧାରାବାହିକ ।
ଏହି ଧାରାବାହିକରେ ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ବୋଲି କୁହାଯାଇଛି । ୧୮୧୭ ମସିହା ଇଂରେଜ ଶାସନ ଅମଳରେ ଓଡ଼ିଶାରେ ଇଷ୍ଟ୍ ଇଣ୍ଡିଆ କମ୍ପାନି ବିରୋଧରେ ପାଇକ ବିଦ୍ରୋହର ଗାଥା ଦେଖିବ ସାରା ଦେଶ । ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ସରଦ ମାଲହୋତ୍ରା । ଦୁଇ ରାଣୀଙ୍କ ସହ ମିଶି ବିଦ୍ରୋହୀ ସଂଗ୍ରାମୀ ବକ୍ସି ଜଗବନ୍ଧୁ କିପରି ଇଂରେଜମାନଙ୍କ ସହ ଲଢିଥିଲେ, ତା’ ଉପରେ ଧାରାବାହିକଟି ପର୍ଯ୍ୟବେଶିତ ହୋଇଛି । ଏହି ସିରିଏଲରେ ବକ୍ସି ଜଗବନ୍ଧୁଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ ଓଡିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking