26.1 C
Bhubaneswar
Friday, March 29, 2024
Homeଅପରାଧପ୍ରେମିକର ହୀନ କାର୍ଯ୍ୟ ପାଇଁ ପ୍ରେମିକା ନେଲା ଚରମ ପଦକ୍ଷେପ, ଭିଡିଓ ଲିକ୍

ପ୍ରେମିକର ହୀନ କାର୍ଯ୍ୟ ପାଇଁ ପ୍ରେମିକା ନେଲା ଚରମ ପଦକ୍ଷେପ, ଭିଡିଓ ଲିକ୍

 
ଗୁଜୁରାଟ : ଅହମ୍ମଦାବାଦର ଚରଣନଗର ଅଞ୍ଚଳରେ ନିକଟରେ ଏକ ଦୁଖଦଃ ଘଟଣା ଘଟିଛି | ଜଣେ 16 ବର୍ଷର ବାଳିକା ପ୍ରେମିକର ପ୍ରତାରଣାର ଶିକାର ହୋଇ ଶେଷରେ ଲୋକଲଜ୍ଜ୍ୟାରେ ଜୀବନ ହାରିଛି | ଝିଅଟିର ପ୍ରେମିକ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଲିକ କରିବା ପରେ ସେ କିଛି ଦିନ ହେଲା ମାନସିକ ଅଶାନ୍ତିରେ ଥିଲେ | ଭିଡିଓ ଭାଇରାଲ ହେବାରେ ଲାଗିବାରୁ ଝିଅଟି ସବୁବେଳେ ଉଦାସୀନ ରହୁଥିଲେ | ହଠାତ ସୋମବାର ସନ୍ଧ୍ୟାରେ ସେ ନିଜ ଘରର ଛାତରେ ଫାଶୀ ଲଗାଇଦେଇଥିଲେ । ଏ ନେଇ କୁହାଯାଇଛି “ତାଙ୍କ ପ୍ରେମିକ ତାଙ୍କର ଅନ୍ତରଙ୍ଗ ଭିଡିଓକୁ ତାଙ୍କର ତିନିଜଣ ବନ୍ଧୁଙ୍କ ନିକଟରେ ଲିକ୍ କରିଥିଲେ ଏବଂ ପରେ ଏହାକୁ ଅଧିକ ପ୍ରସାରଣ କରିଥିଲେ। ଏହାକୁ ନେଇ ଝିଅଟିର ପିତାମାତା ତାଙ୍କ ପ୍ରେମିକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ ”।
ପୁଲିସ କହିବା ଅନୁଯାୟୀ ” ଉଭୟଙ୍କ ସହମତି ଭିତ୍ତିରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଠାଯାଇଥିଲା | ପ୍ରେମିକର କଥା ଉପରେ ପ୍ରେମିକା ପୁରା ଭରଷା କରିଥିଲେ | ପ୍ରେମିକା କେବେବି ଭାବି ନ ଥିଲା ତାଙ୍କ ପ୍ରେମିକ ଏପରି ଧୋକା ଦେବ | ପ୍ରେମିକର ମୁଣ୍ଡରେ ଯେ ସୈତାନ ବୁଦ୍ଧି ରହିଛି ତାହାର କୌଣସି ସୂଚନା ସେ ପାଇ ନ ଥିଲେ | ଭିଡିଓ ଉଠାଇବାର କିଛିଦିନ ପରେ ପ୍ରେମିକ ତାର କିଛି ସାଙ୍ଗମାନଙ୍କ ନିକଟରେ ଲିକ୍ କରିଥିଲେ | ସାଙ୍ଗମାନେ ଏହାକୁ ନିଜ ମଧ୍ୟରେ ରଖିବା ବଦଳରେ ସେମାନଙ୍କ ବନ୍ଧୁମାନଙ୍କ ନିକଟକୁ ପଠାଇ ଥିଲେ | ଏହିପରି ଭିଡ଼ିଓଟି ଭାଇରାଲ ହେବାରେ ଲାଗିବା ପରେ ଝିଅଟି ଜାଣିବାକୁ ପାଇଥିଲେ | ଘଟଣା କ୍ରମେ ପ୍ରଘଟ ହେବାରୁ ପରିବାର ଲୋକେ ବି ଜାଣିଲେ | ଫଳରେ ଝିଅର ପିତା ଏ ସମ୍ପର୍କରେ ପୁଲିସକୁ ଜଣାଇଲେ | ଏନେଇ ସର୍ଦ୍ଦାରନଗର ପୋଲିସ ଷ୍ଟେସନରେ ମାମଲା ହୋଇଛି ବୋଲି ପୁଲିସ ଅଧିକାରୀ କହିଛନ୍ତି ।
“ପ୍ରେମିକଙ୍କ ବିରୋଧରେ ଆଇପିସି ଏବଂ ପ୍ରୋଟେକସନ ଅଫ୍ ଚାଇଲ୍ଡ୍ ସେକ୍ସସୁଆଲ ଅଫେନ୍ସ (POCSO) ଅଧିନିୟମ ଅନୁଯାୟୀ ବଳାତ୍କାର ମାମଲା ରୁଜୁ କରାଯାଇଛି | ଏହି ଭିଡିଓ ପ୍ରସାରଣ ପାଇଁ ତାଙ୍କ ତିନି ବନ୍ଧୁଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣଙ୍କୁ ଗିରଫ କରାଯାଇଛି ” ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking