30.1 C
Bhubaneswar
Wednesday, April 24, 2024
Homeଓଡିଶାବିଶ୍ବାସରେ ବିଷ ଢାଳିଲା ପ୍ରେମିକ

ବିଶ୍ବାସରେ ବିଷ ଢାଳିଲା ପ୍ରେମିକ

କେନ୍ଦ୍ରାପଡା: ଜଣେ ନାବାଳିକା ପ୍ରେମିକାଙ୍କ ପ୍ରତି ବିଶ୍ବାସ ଘାତକତାକିରି ପ୍ରେମିକାଙ୍କର ନଗ୍ନ ଫଟୋ ଗୁଡିକୁ ସୋସିଆଲ ମେଡିଆରେ ଭାଇରାଲ କରିବା ଅଭିଯୋଗରେ ପ୍ରେମିକ ସହିତ ତାଙ୍କର ଆଉ ୨ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ବିଶ୍ବାସରେ ବିଷ ଢାଳିଲା ପ୍ରେମିକ । ନାବାଳିକାଙ୍କ ସହିତ ଗୁପ୍ତ ପ୍ରଣୟର ନଗ୍ନ ଫଟୋକୁ ନାବାଳିକାଙ୍କ ପଡୋଶୀ ଶତୃଙ୍କ କଥାରେପଡି ସୋସିଆଲ ମେଡିଆରେ ଭାଇରାଲ କରାଇଲା । ସୋସିଆଲ ମେଡିଆରେ ନାବାଳିକାଙ୍କ ନଗ୍ନ ଫଟୋ ଘୁରିବୁଲୁଥିବା ଖବର ପାଇ ମାନସିକ ଭାରସାମ୍ୟ ହରାଇଥିଲେ କେନ୍ଦ୍ରାପଡା ସଦରଥାନା ଅଞ୍ଚଳର ଜଣେ ନାବାଳିକା । କେନ୍ଦ୍ରାପଡା ସଦରଥାନାରେ ଏକ ଅଭିଯୋଗ ହେବାପରେ ପୋଲିସ ଏକ ଆଇଟି ମାମଲାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ମାମଲାକରି ସେମାନଙ୍କୁ ସନ୍ଧାନ କରିଥିଲା । ଏହି ଅଭିଯୁକ୍ତ ପେମିକ ଜଣକ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଜଣେ ଭିନ୍ ସମ୍ପ୍ରଦାୟର ଯୁବକ ମିଲନ । ମିଲନ ଓ ତାରଭାଇ ମୁଲାୟାମ୍ ନାବାଳିକାଙ୍କ ନୂତନ କୋଠାଘର ନିର୍ମାଣ କରିବାକୁ ଆସି ନାବାଳିକାଙ୍କ ଘରେ ରହୁଥିଲେ । ଏହି ସମୟରେ ନାବାଳିକାଙ୍କ ସହିତ ପ୍ରେମ ସମ୍ପର୍କ ସୃଷ୍ଟି କରି ଉଭୟଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ମୋବାଇଲରେ କ୍ୟାପଚର କରିଥିଲା । ଏହାପରେ ନାବାଳିକାଙ୍କ ପଡୋଶିଙ୍କ କଥାରେ ପଡି ଏହି ନଗ୍ନ ଫଟୋଗୁଡିକୁ ଭାଇରାଲ କରାଇଥିଲେ ଦୁଇ ପଡୋଶି ଓ ଏହି ଦୁଇ ବଙ୍ଗୀୟ ଭାଇ । ଏମାନଙ୍କୁ ସହାୟତା କରିଥିଲା ସାଲେପୁର ଅଞ୍ଚଳର ଦେବଦତ୍ତ ବେହେରା । କେନ୍ଦ୍ରାପଡା ସଦରଥାନା ପୋଲିସ ନଦିଆରୁ ମିଲନ ଓ ତାର ଭାଇ ମୁଲାୟାମ୍ କୁ ଗିରଫ କରିଥିବାବେଳେ ସାଲେପୁରର ଦେବଦତ୍ତ ବେହେରାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଏସ୍ ଡି ପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତ ପଡୋଶି ସ୍ବାମୀ ସ୍ତ୍ରୀ ଫେରାର ହୋଇଥିବାରୁ ସେମାନଙ୍କୁ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking