27.8 C
Bhubaneswar
Thursday, April 18, 2024
Homeକରୋନାକରୋନା ମୁକାବିଲା ପାଇଁ ସାର୍କ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା

କରୋନା ମୁକାବିଲା ପାଇଁ ସାର୍କ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ : କୋଭିଡ-୧୯ ବା କରୋନା ଭୂତାଣୁ ବିରୁଦ୍ଧରେ ଲଢ଼େଇ କରିବା ଲାଗି ଏକ ସମ୍ମିଳିତ ରଣନୀତି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ସାର୍କ ସଦସ୍ୟ ରାଷ୍ଟ୍ର ମୁଖ୍ୟମାନଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂରେ ସାମିଲ ହୋଇଥିବା ସାର୍କ ସଦସ୍ୟ ରାଷ୍ଟ୍ରର ପତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଥମେ ସେ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି। ଭୟଭିତ ନ ହୋଇ ପ୍ରସ୍ତୁତ ହୋଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ପୃଥିବୀର ଅନ୍ୟତମ ଜନବହୁଳ ଦକ୍ଷିଣ ଏସିଆ ଏବଂ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିବ ବୋଲି ପ୍ରଧାନ ମନ୍ତ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ସାର୍କ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଏଭଳି ଏକ ଆଲୋଚନା ଲାଗି ଇଚ୍ଛାବ୍ୟକ୍ତ କରିଥିଲେ। ଏ ସଂପର୍କରେ ଅନେକଗୁଡ଼ିଏ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking