39.1 C
Bhubaneswar
Tuesday, April 23, 2024
Homeବଲିଉଡଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ କରିପାରନ୍ତି ବିବାହ ! ମ୍ୟାରେଜ୍ ଗାଉନ୍ ଫଟୋ ଭାଇରାଲ୍‌

ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ କରିପାରନ୍ତି ବିବାହ ! ମ୍ୟାରେଜ୍ ଗାଉନ୍ ଫଟୋ ଭାଇରାଲ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲଙ୍କ ମଧ୍ୟରେ ଚକ୍କରର ଚର୍ଚ୍ଚା ବହୁତ ଦିନରୁ ଚାଲି ଆସୁଛି । ଲକ୍‌ଡାଉନ୍ ମଧ୍ୟରେ ଦୁଇ ଜଣଙ୍କୁ ଅନେକ ଇନ୍‌ହାଉସ୍ ପାର୍ଟି ଏବଂ ବାହାରେ ଏକା ସାଙ୍ଗରେ ଥିବାର ଦେଖାଯାଇଥିଲା । ଗୋଟିଏ ଫ୍ରେମରେ ଦୁହିଁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଆସିଛି । କିନ୍ତୁ ଦୁଇଜଣଙ୍କ ମଧ୍ୟରୁ କେହିବି ରିଲେସନ୍‌ସିପ୍‌ରେ ଥିବା କଥା ଉଠାଇ ନାହାନ୍ତି ।
ବର୍ତ୍ତମାନ କିନ୍ତୁ କଥା ବହୁତ ଆଗକୁ ବଢିଥିବା ଦେଖିବାକୁ ମିଳିଛି । ତେବେ କଥା ବଢ଼ି ବାହାଘର ପର୍ଯ୍ୟନ୍ତ ହୋଇଗଲାଣି । କୁହାଯାଉଛି ଯେ, ସେ ଦୁହେଁ ଅତିଶୀଘ୍ର ବିବାହ କରିପାରନ୍ତି । ବଲିଉଡ ଅଭିନେତା ସଲମନ୍ ଖାନ୍‌ଙ୍କ ସ୍ଟାଇଲିଷ୍ଟ ଏବଂ କସ୍‌ଟ୍ୟୁମ୍ ଡିଜାଇନର୍ ଏଖଲେ ରିବେଲୋଙ୍କର ଏକ ପୋଷ୍ଟରୁ ଲୋକଙ୍କର ଅନ୍ଦାଜ ଲଗାଇବା ଆରମ୍ଭ ହୋଇଯାଇଛି କି ଭିକି ଏବଂ କ୍ୟାଟ୍ରିନା ଅତିଶୀଘ୍ର ବିବାହ କରିପାରନ୍ତି ।
ପ୍ରକୃତରେ କ୍ୟାଟ୍ରିନା କେଫ୍‌ଙ୍କର ଜନ୍ମଦିନରେ ଏଖଲେ ରିବେଲୋ ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରିରେ କ୍ୟାଟ୍ରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଶୁଭେଚ୍ଛା ଜଣାଇବା ପରେ ସେ କ୍ୟାଟ୍ରିନା କେଫ୍‌ଙ୍କର ଏକ ପୁରୁଣା ଫୋଟକୁ ପୋଷ୍ଟ କରିଥିଲେ, ଯେଉଁଥିରେ କ୍ୟାଟ୍ରିନାଙ୍କୁ ଏକ ୱେଡିଙ୍ଗ୍ ଗାଉନ୍‌ରେ ଦେଖିବାକୁ ମିଳିଥିଲା । ଏହି ଫୋଟ ଫିଲ୍ମ ‘ଭାରତ’ର ସୁଟିଂ ସମୟର ବୋଲି ଜଣାପଡ଼ିଥିଲା ।
ଏଖଲେ ରିବେଲୋ ଏହି ଫୋଟକୁ ସେୟାର କରି ଲେଖିଛନ୍ତି ଯେ, ‘ହାପି ବାର୍ଥ ଡେ କ୍ୟାଟ୍ରିନା କେଫ୍ । କାସ୍ ୟେ ରିଆଲିଟି ବନ୍ ଜାଏ’ । ଏଖଲେଙ୍କର ପୋଷ୍ଟରେ କ୍ୟାଟ୍ରିନା ଧନ୍ୟବାଦ ଜଣାଇ ସେହି ଷ୍ଟୋରିଟିକୁ ନିଜ ଷ୍ଟୋରିରେ ସେୟାର କରିଥିଲେ । ଏହା ପରଠାରୁ କ୍ୟାଟ୍ରିନାଙ୍କ ପ୍ରସଂଶକମାନେ ଏହା ଅନୁମାନ କରିଛନ୍ତି ଯେ, କ୍ୟାଟ୍ରିନା କେଫ୍ ଅତିଶୀଘ୍ର ବିବାହ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking