27.1 C
Bhubaneswar
Monday, August 8, 2022
Homeଓଡିଶାଉପରାଷ୍ଟ୍ରପତି ନିର୍ବାଚନ ; ସଂସଦ ଭବନରେ ପହଁଚି ମତଦାନ କଲେ ବିଜେଡି ସାଂସଦ

ଉପରାଷ୍ଟ୍ରପତି ନିର୍ବାଚନ ; ସଂସଦ ଭବନରେ ପହଁଚି ମତଦାନ କଲେ ବିଜେଡି ସାଂସଦ

ଭୁବନେଶ୍ୱର : ଆଜି ଉପରାଷ୍ଟ୍ରପତି ନିର୍ବାଚନ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଙ୍କ ସପକ୍ଷରେ ମତ ଦେଇଛନ୍ତି ବିଜେଡି ସାସଂଦ । ଆଜି ସଂସଦ ଭବନରେ ପହଁଚି ନିଜର ମତଦାନ କରିଛନ୍ତି । ଜଗଦୀପ ଧନଖଡଙ୍କୁ ସମର୍ଥନ କରିଛନ୍ତି ବିଜେଡି ସାଂସଦ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ ପ୍ରକ୍ରିୟା  । ସଂସଦ ଭବନରେ ପ୍ରଥମେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି  । ସନ୍ଧ୍ୟା ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ  । ଏନଡିଏ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଲୋକସଭାରେ ବିଜେପି ପୂର୍ଣ୍ଣ ସମର୍ଥନ ଦେଉଛି  । ସେହିପରି ଆଞ୍ଚଳିକ ଦଳ ବିଜେଡି, ଜନତା ଦଳ (ୟୁନାଇଟେଡ), ୱାଇଏସଆରସିପି, ବିଏସପି, ଏଆଇଏଡିଏମକେ, ଶିବସେନାର ୫୧୫ ସାଂସଦଙ୍କ ଭୋଟ ବଳରେ ଧନଖରଙ୍କ ବିଜୟ ସୁନିଶ୍ଚିତ  । ସେପଟେ ରାଜ୍ୟସଭାରେ ଧନଖରଙ୍କୁ ୯୧ ସଦସ୍ୟଙ୍କ ସମର୍ଥନ ପ୍ରତିଦ୍ବନ୍ଦୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ  ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking