27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉପରାଷ୍ଟ୍ରପତି ନିର୍ବାଚନ: ଆଲ୍‌ଭାଙ୍କୁ ଆପ୍ ଓ ଜେଏମ୍‌ଏମ୍‌ର ସମର୍ଥନ

ଉପରାଷ୍ଟ୍ରପତି ନିର୍ବାଚନ: ଆଲ୍‌ଭାଙ୍କୁ ଆପ୍ ଓ ଜେଏମ୍‌ଏମ୍‌ର ସମର୍ଥନ

ନୂଆଦିଲ୍ଲୀ: ଚଳିତମାସ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଏନ୍‌ଡିଏ ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନ୍‌କର ଏବଂ ବିରୋଧୀ ମେଣ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ୍ ଆଲ୍‌ଭାଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଲ୍‌ଭାଙ୍କୁ ସମର୍ଥନ କରିବ ବୋଲି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । ଆପ୍ ସାଂସଦ ସଞ୍ଜୟ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଇତିପୂର୍ବରୁ ଜୁଲାଇ ୧୮ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଆପ୍ ପକ୍ଷରୁ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରାଯାଇଥିଲା । ଅପରପକ୍ଷରେ ଆଲ୍‌ଭାଙ୍କୁ ସମର୍ଥନ କରିବାକୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମଧ୍ୟ ଘୋଷଣା କରିଛି । ଜେଏମ୍‌ଏମ୍ ମୁଖିଆ ଶିବୁ ସୋରେନ ଏହି ମର୍ମରେ ସବୁ ଦଳୀୟ ସାଂସଦଙ୍କୁ ପତ୍ର ଲେଖିଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking