37.1 C
Bhubaneswar
Thursday, March 28, 2024
Homeଓଡିଶାପ୍ଲାଟିନମ ଜୁବୁଲି କୁ ଆସିବେନି ଉପରାଷ୍ଟ୍ରପତି

ପ୍ଲାଟିନମ ଜୁବୁଲି କୁ ଆସିବେନି ଉପରାଷ୍ଟ୍ରପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) – ବିଭିନ୍ନ ବାଦ ବିବାଦ ଦେଇ ଗତି କରୁଥିବା ରାଜେନ୍ଦ୍ର କଲେଜ ର ପ୍ଲାଟିନମ ଜୁବୁଲି ଆରମ୍ଭରୁ ବାଧା ର ସମ୍ମୁଖିନ ହୋଇଛି । କାର୍ଯ୍ୟକ୍ରମ ଅନୁସାରେ ଆଜି ମହାମହିମ ଉପ ରାଷ୍ଟ୍ରପତି ଶ୍ରୀ ସି ଭେଂକ୍ୟା ନାଇଡୁ ବଲାଙ୍ଗିର ଆସି ରାଜେନ୍ଦ୍ର କଲେଜ ର ପ୍ଲାଟିନମ ଜୁବୁଲି ସମାରୋହ କୁ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ବରକାନି ଠାରେ ନବନିର୍ମିତ ଏଲ ପି ଜି ବଟଲିଙ୍ଗ ପ୍ଲାଣ୍ଟ ର ଲୋକାର୍ପଣ କରିବା କଥା । କିନ୍ତୁ ସେ ତାଙ୍କର ବଲାଙ୍ଗିର ଗସ୍ତ ରଦ୍ଧ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୁଚନା ମିଳିଛି ।
ସୂଚନା ଅନୁସାରେ , ଉପ ରାଷ୍ଟ୍ରପତି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ , ରାୟପୁର ରେ ବିମାନରେ ଓଲ୍ହାଇ ବଲାଙ୍ଗିର ଅଭିମୁଖେ ଅନ୍ୟ ଏକ ବିମାନରେ ଆସିବା ସ୍ଥିର ହୋଇଥିଲା ।ତତଅନୁସାରେ ସେ ରାୟପୁର ଆସିଥିଲେ ମଧ୍ୟ କିନ୍ତୁ ପାଣିପାଗ ର ଖରାପ ଅବସ୍ଥା ଯୋଗୁଁ ବଲାଙ୍ଗିର ଅଭିମୁଖେ ଆସୁଥିବା ତାଙ୍କ ବିମାନ ଟେକ ଅପ କରିପାରି ନଥିଲା । ଆଗକୁ ମଧ୍ୟ ପାଣିପାଗ ଅବସ୍ଥା ସୁଧୁରିବାର କୌଣସି ସୂଚନା ନଥିବା ବେଳେ ତାଙ୍କ ଗସ୍ତ ରଦ୍ଦ କରଯାଇଥିଲା ।
ତବେ ତାଙ୍କ ଅନୁପସ୍ଥିଟିରେ ଓଡ଼ିଶା ର ମହାମହିମ ରାଜ୍ୟପାଳ ଶ୍ରୀ ଗଣେସି ଲାଲ ସମସ୍ତ କାର୍ଯ୍ୟଭାର ତୁଲାଇବା ନେଇ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking