34.1 C
Bhubaneswar
Friday, March 29, 2024
Homeଓଡିଶାପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ଵର: ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଭୁବନେଶ୍ବରର ଆଦିତ୍ୟ କେୟାର ହସ୍ପିଟାଲରେ ସେ ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୫୦ ମସିହା ରେ ସେ କ୍ୟାରିଅର ଆରମ୍ଭ କରିଥିଲେ । ନାଗଫାଶ ରୁ ସେ ଫିଲ୍ମ୍ କ୍ୟାରିଅର ଆରମ୍ଭ କରି ଓଲିଓଡ଼ କୁ ଅନେକ ସୁପର୍ ହିଟ୍ ଫିଲ୍ମ୍ ଭେଟି ଦେଇଥିଲେ । ବିଜୟଙ୍କ ପର ଲୋକରେ  ସାରା ଓଲିଉଡ଼ ରେ ଶୋକ ର ଛାୟା ଖେଳି ଯାଇଛି । ଆଜି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା ।


ନ୍ୟୁଜ୍

ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି । ଜୀବନ ଯୁଦ୍ଧରେ ହାରିଗଲେ ବିଜୟ । ଦୀର୍ଘଦିନର ଅସୁସ୍ଥ ଥିବା ବିଜୟ ମହାନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଆଜି ସନ୍ଧ୍ୟାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ସେ ହାଇଦ୍ରାବଦରେ ଚିକିତ୍ସିତ ହେଉଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିଲା ।
ଏକାଧାରରେ ଥିଏଟର ଓ ଚଳଚ୍ଚିତ୍ର ଅଭିନୟ ସହ ଅଧ୍ୟାପନା କ୍ଷେତ୍ରରେ ନାମ କମାଇଥିବା ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଣ୍ଡାରି ଗ୍ରାମରେ ନ୍ମଗ୍ରହଣ କରିଥିଲେ । ତେବେ ମୟୂରଭଞ୍ଜର ବାରିପଦାରେ ସେ ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ନାମ ଲେଖାଇଥିଲେ ।

ସେ ଥିଲେ ବିଶିଷ୍ଟ ଅଭିନେତା ନସିରୁଦ୍ଦିନ ଶାହ, ରାଜ ବବ୍ବର ଏବଂ ଓମ ପୁରୀଙ୍କ ସହପାଠୀ । ସେଠାରେ ଅଭିନୟ ଶିକ୍ଷା ଶେଷ କରି ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଅବସ୍ଥାନ କରି ବିଭିନ୍ନ ଥିଏଟରରେ ଅଭିନୟ କରିଥିଲେ । ଏହାପରେ ସେ ଓଡିଶା ଫେରିଥିଲେ । ଓଡିଆ ଚଳଚ୍ଚିତ୍ର ଚିଲିକା ତୀରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର । ସେହି ଚଳଚ୍ଚିତ୍ର ଜାତୀୟ ସମ୍ମାନ ପୁରସ୍କାର ପ୍ରାପ୍ତ । ତେବେ ପ୍ରଥମେ ସିନେମାରେ ନେଗେଟିଭ୍ ଭୂମିକା ଏବଂ ପରେ ନାୟକ ଓ ଚରିତ୍ର ଅଭିନେତା ଭାବେ ସେ ବେଶ୍ ଲୋକପ୍ରିୟତା ହାସଲ କରିବା ସହ ପ୍ରତିଟି ଓଡ଼ିଆଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking