26.1 C
Bhubaneswar
Friday, March 29, 2024
Homeଓଡିଶାଚଳିତ ବର୍ଷ ପରିବା ଚାଷ ଅଧିକ

ଚଳିତ ବର୍ଷ ପରିବା ଚାଷ ଅଧିକ

ନୂଆଦିଲ୍ଲୀ: ଚଳିତ ବର୍ଷ ପରିବା ଚାଷ ଅଧିକ ଜାଗାରେ ହୋଇଛି । ବିଶେଷ କରି ପିଆଜ ଚିନ୍ତାରୁ ମିଳିପାରେ ମୁକ୍ତି । କାରଣ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୦.୮୪ ପ୍ରତିଶତ ପିଆଜ ଚାଷ ଅଧିକ ହୋଇଛି ଏବଂ ଚାଷ ମଧ୍ୟ ଭଲ ହୋଇଛି । ଏ ନେଇ କେନ୍ଦ୍ର କୃଷି ଏବଂ ଚାଷୀ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି । ଗତକାଲି କୃଷିମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ବିଭନ୍ନ ପ୍ରକାର ପରିବା ଚାଷର ଉତ୍ପାଦନ ଏବର୍ଷ ବଢ଼ିପାରେ କିନ୍ତୁ ଚାର୍ଷରୁ ବାହାରିବାକୁ ଥିବା ଫଳ ସଂଖ୍ୟା ଆଶାନୁରୂପ ହୋଇ ପାରେ । ଗତବର୍ଷ ଦେଶରେ ମୋଟ ୧୦୦.୭୩ ଲକ୍ଷ ହେକ୍ଟର ଜମିରେ ପରିବା ଚାଷ ହୋଇଥିବାବେଳେ ଏ ବର୍ଷ ୧୦୨.୯୨ ଲକ୍ଷ ହେକ୍ଟର ଜମିରେ ପରିବା ଚାଷ ହୋଇଛି । ଯେହେତ ଅଧିକ ଜାଗାରେ ଚାଷ ହୋଇଛି ତେଣୁ ଚାଷର ଉତ୍ପାଦନ ବଢ଼ିବ ବୋଲି ଅନୁମାନ କରାଯାଉଛି । ସେହି ତୁଳନାରେ ଗତବର୍ଷ ୧୮.୩୨ କୋଟି ଟନ ପରିବା ଉତ୍ପାଦନ ହୋଇଥିବା ବେଳେ ଏ ବର୍ଷ ୧୮.୮୦ କୋଟି ଟନ ହେବ ବୋଲି ଆଶା କରୁଛି କୃଷି ବିଭାଗ ।
ଚଳିତ ବର୍ଷ ଆଳୁ ଓ ପିଆଜ ଚାଷ ମଧ୍ୟ ଭଲ ହୋଇଛି ଜ୍ଝ ଗତବର୍ଷ ୫୦୧.୯ ଲକ୍ଷ ଟନ୍ ହୋଇଥିବା ବେଳେ ଏବେ ଏହା ୩.୪୯ ପ୍ରତିଶତ ବଢ଼ି ୫୧୯.୪ ଲକ୍ଷ ଟନ ହେବ ବୋଲି ଅନୁମାନ କରାଯାଉଛି। ପରିବା ବ୍ୟତୀତ ପିଆଜ ଚାଷ ମଧ୍ୟ ଭଲ ହୋଇଛି। ଚଳିତ ଥର ପୂର୍ବ ଅପେକ୍ଷା ୭.୧୭ ପ୍ରତିଶତ ଅଧିକ ଚାଷ ହୋଇ ୨୪୪.୫ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking