37.1 C
Bhubaneswar
Thursday, March 28, 2024
Homeଓଡିଶାଗାଡି ପାସ୍ ର ନବୀକରଣ ଅନାବଶ୍ୟକ

ଗାଡି ପାସ୍ ର ନବୀକରଣ ଅନାବଶ୍ୟକ

ଭୁବନେଶ୍ୱର: ଲକ୍ ଡାଉନ ପାଇଁ ଏବେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ କେବଳ ପାସ୍ ଧାରୀ ହିଁ ଯାଇପାରିବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ହେଲେ ଏବେ ଏହାର ନବୀକରଣ ନେଇ ଆଜି କମିଶନରେଟ ପୋଲିସ ପକ୍ଷରୁ ଏକ ନୂଆ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ସମସ୍ତ ଗାଡ଼ି ପାସ୍ର ନବୀକରଣ ଅନାବଶ୍ୟକ। କରୋନା ସ୍ଥିତିରେ ସୁଧାର ନ ଆସିବା ପର‌୍ୟ୍ୟନ୍ତ ଏହି ପାସ୍ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଟ୍ୱିଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୯ ତାରିଖ ପର‌୍ୟ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍ର ଆଉ ନବୀକରଣର ଆବଶ୍ୟକତା ନାହିଁ। ନବୀକରଣ ପାଇଁ ପୁଲିସ ପାଖକୁ ନ ଆସିବା ଲାଗି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଆଉ ଏକ ଟ୍ୱିଟ୍ ରେ ସେ କହିଛନ୍ତି ଯେ ଯେଉଁ ସ୍ଥାନରେ ପେଟ୍ରୋଲ୍ ଷ୍ଟେସନ୍ ଗୁଡ଼ିକ ଖୋଲା ରହିଛି ସେଠାରେ ଟାୟାର ମରାମତି ଦୋକାନ ଗୁଡ଼ିକ ଖୋଲା ରହିବ। ତେବେ କେବଳ ଜରୁରୀ ସେବାରେ ନିୟୋଜିତ ହୋଇଥିବା ଗାଡ଼ି ଓ ବାଇକ୍ଗୁଡ଼ିକର ସେଠାରେ ମରାମତି ହୋଇପାରିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking