26.1 C
Bhubaneswar
Friday, March 29, 2024
Homeଓଡିଶାଗାଡି ଚାଳକ ସାବଧାନ: ବେଗ ୫୦ କି.ମିରୁ ଅଧିକ ହେଲେ ଏଣିକି ଜରିମାନା 

ଗାଡି ଚାଳକ ସାବଧାନ: ବେଗ ୫୦ କି.ମିରୁ ଅଧିକ ହେଲେ ଏଣିକି ଜରିମାନା 

ଭୁବନେଶ୍ୱର: ଗାଡି ଚାଳକଙ୍କ ଲାଗି ସାବଧାନ । ଗାଡିର ବେଗ ୫୦କିମିରୁ ଅଧିକ ହେଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ । ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ରାଜଧାନୀରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ଏମିତି କିଛି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏପରିକି ୩ ଥର ଦ୍ରୁତ ଗତିରେ ଗାଡ଼ି ଚଳାଇ ଧରା ପଡିଲେ ଲାଇସେନ୍ସକୁ ସବୁ ଦିନ ପାଇଁ ରଦ୍ଦ କରାଯିବ । ଦ୍ରୁତଗାଡ଼ି ଚାଳକଙ୍କୁ ଧରିବା ପାଇଁ ରାଜଧାନୀର ୧୩ଟି ପ୍ରମୁଖ ଛକରେ ଅତ୍ୟାଧୁନିକ ଏନଏନପିଆର ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ଏହି କ୍ୟାମେରା ବିଭିନ୍ନ ଛକରେ ଲାଗିଛି । କ୍ୟାମେରା ଫଟୋ ଉଠାଇବ, ଆଉ ଆପଣଙ୍କ ମୋବାଇଲକୁ ଚାଲାଣ ଯିବ । କୌଣସି ପରିସ୍ଥିତିରେ ମଧ୍ୟ ନିୟମ ଉଲଙ୍ଘନକାରୀ ଆଉ ବର୍ତ୍ତି ପାରିବେ ନାହିଁ । ପଟିଆ, କିଟ୍ ଛକ, ପାୱାର ହାଉସ ଛକ, ଶିଶୁ ଭବନ ଛକ, କ୍ୟାପିଟାଲ ହସ୍‌ପିଟାଲ୍ ଛକ, ରାଜମହଲ, ନାକା ଗେଟ୍‌, ଟ୍ରାଇଡେଣ୍ଟ ହୋଟେଲ, ବାଣୀବିହାର ଠାରୁ ଶିଶୁଭବନ, କିଟ୍ କ୍ୟାମ୍ପସ ନମ୍ବର ୩, କଳିଙ୍ଗ ଷ୍ଟାଡିୟମ ଓ ଶାସ୍ତ୍ରୀ ନଗର ଛକ ଆଦି ସ୍ଥାନରେ ଏହି ହାଇପାୱାର କ୍ୟାମେରା ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking