ଆପଣଙ୍କର ଅର୍ଥ ସଙ୍କଟ ଲାଗି ରହୁଛି କି ? କ’ଣ କଲେ ଦୂର ହୋଇପାରିବ ଏହି ସମସ୍ୟା, ଆସନ୍ତୁ ଜାଣିବା …..

ଭୁବନେଶ୍ୱର : ଦେଖାଯାଇଥାଏ ଜଣେ ବ୍ୟକ୍ତି ଅନେକ ସମୟରେ ବହୁ ପରିଶ୍ରମ କରି ରୋଜଗାର କରୁଥିଲେ ମଧ୍ୟ ଘରେ ସବୁବେଳେ ଅର୍ଥାଭାବ ଲାଗି ରହିଥାଏ । ସଂଚୟ କରିବା ତ ଦୂର କଥା କେଉଁ ବାଟରେ ଅର୍ଥ ଖର୍ଚ୍ଚ ହୁଏ ତା’ର କିଛି ଠିକ ଠିକଣା ରୁହେନାହିଁ । ଏହାକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେଇଥାଏ | ଅନେକ ସମୟରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥାଏ | ଘରେ ଥିବା ଟ୍ରେଜେରିର ବାସ୍ତୁ ଦୋଷ ଯୋଗୁଁ ଏପରି ସମସ୍ୟା ଅନେକ ସମୟରେ ଦେଖାଯାଇଥାଏ ଵାସ୍ତୁବିତମାନେ କୁହନ୍ତି । ଏସମ୍ପର୍କରେ କଣ କୁହନ୍ତି ଵାସ୍ତୁବିତ ଆସନ୍ତୁ ଜାଣିବା ….

ଭୂଲ ଦିଗରେ ଟ୍ରେଜେରୀ ରଖିବା ଏହାର ଏକ କାରଣ ହୋଇପାରେ

ଟ୍ରେଜେରୀ ହେଉଛି କୁବେରଙ୍କ ପ୍ରତୀକ । ବସ୍ତୁ ଅନୁସାରେ ଏହାର ଉତ୍ତର ଦିଗରେ ରହିବା ଶୁଭ ବୋଲି ଧରାଯାଏ । ଏହା ବ୍ୟତିତ ଟ୍ରେଜେରୀ ସମ୍ମୁଖରେ ଗାଧୁଆ ଘର କି ବେଶିନ ବା କୌଶସି ପ୍ରକାର ଅଳିଆ ଆବର୍ଜନା ରହିବା ଉଚିତ ନୁହେଁ । ଯଦି ଏପରି କିଛି ରହିଛି ତେବେ ତୁରନ୍ତ ଏସବୁକୁ ହଟାଇ ଦିଅନ୍ତୁ । ଆଉ ଟ୍ରେଜେରୀକୁ ଉତ୍ତର ଦିଗରେ ରଖନ୍ତୁ ।

ଟ୍ରେଜେରୀରେ କଣ ରଖିବେନି

ସୁନ୍ଦର ଦେଖିବା ପାଇଁ ଆନେକ ଆଲମିରା ବାହାରେ ମିରର ଲଗାଇଥାଆନ୍ତି ବା ମିରର ଥିବା ଟ୍ରେଜେରୀ କିଣିଥାନ୍ତି । ଏହା ଶୁଭ ନୁହେ । ଏପରି ନକରି ଆଲମିରା ଭିତରେ ମିରର ଲଗାନ୍ତୁ । କାରଣ ଏହାକୁ ଖୋଲି ବନ୍ଦ କରିବା ସମୟରେ ଆପଣଙ୍କ ପ୍ରତିବିମ୍ବ ଏଥିରେ ଦେଖାଯିବ । ଏହା ଶୁଭ ସୂଚକ ।

କେବେ ଖାଲି ରଖନ୍ତୁନି ଟ୍ରେଜେରୀ

ବାସ୍ତୁ ଶାସ୍ତ୍ର ଅନୁସାରେ ଟ୍ରେଜେରୀକୁ କେବେ ବି ଖାଲି ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଧନ ରହେ ନାହିଁ । ଧନ ବ୍ୟତୀତ ଆପଣଙ୍କ ଟ୍ରେଜେରୀ ବା ଆଲମାରୀରେ ରୁପାମୂଦ୍ରା, ହଳଦୀ ଗଣ୍ଠି ବା ଡାଲଚିନ ରଖିବାକୁ ଶୁଭ ମଣିଥା’ନ୍ତି ।

କୌଣସି ସାମଗ୍ରୀ ରଖନ୍ତୁ ନାହିଁ

ଟ୍ରେଜେରୀରେ ଧନ ଦେବୀ ଲକ୍ଷ୍ମୀ ଓ କୁବେର ବାସ କରନ୍ତି । ତେଣୁ ଏହା ଉପରେ କୌଣସି ଭାରି ଚିନିଷ ରଖନ୍ତୁ ନାହିଁ, ଏହା ଦ୍ୱାରା ଆପଣଙ୍କୁ ଆର୍ଥିକ ହାନୀ ଘଟିବ ।

 

ଅସନା ହାତରେ କେବେ ଛୁଅନ୍ତୁ ନାହିଁ

ବହୁ ସମୟରେ ଲୋକ ଅଇଁଠା ହାତ ହୋଇ ଟ୍ରେଜେରୀ ଖୋଲି ଦିଅନ୍ତି । ଏମିତି କରିବା ଆଦୌ ଉଚିତ ନୁହେଁ । ଧନ ରଖୁଥିବା କାରଣରୁ ଲକ୍ଷ୍ମୀଙ୍କ ନିବାସ ସ୍ଥାନକୁ ଅସନା ହାତରେ ଆଦୌ ଛୁଇଁବା ଉଚିତ ନୁହେଁ । ଜୋତା ଚପଲ ମଧ୍ୟ ଏହି ସ୍ଥାନରେ ଆଦୌ ରଖନ୍ତୁ ନାହିଁ । ନଚେତ ଅର୍ଥ ସଙ୍କଟ ସବୁବେଳେ ଲାଗି ରହିବ ।