27.1 C
Bhubaneswar
Thursday, April 25, 2024
Homeଓଡିଶାକୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବା ଆଗରୁ କ’ଣ ପାଇଁ ଶଙ୍ଖ ଫୁଙ୍କାଯାଏ, ଜାଣନ୍ତୁ....

କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବା ଆଗରୁ କ’ଣ ପାଇଁ ଶଙ୍ଖ ଫୁଙ୍କାଯାଏ, ଜାଣନ୍ତୁ….

ଭୁବନେଶ୍ୱର : ଯେ କୌଣସି ପୂଜାପାଠ, ଉତ୍ସବ, ଯଜ୍ଞ, ବିବାହ, ରାଜାଭିଷେକ ଆଦି ଶୁଭ କାମରେ ଆମେ ଶଙ୍ଖ ଫୁଙ୍କି କାର୍ଯ୍ୟ ଆରମ୍ଭ କରିଥାଉ। ଶଙ୍ଖ ଧ୍ୱନିକୁ ଆମେ ଶୁଭ ବୋଲି ମାନି ଆସିଛୁ। ଶଙ୍ଖ ଧ୍ୱନି ବିଜୟ, ସମୃଦ୍ଧି ଇତ୍ୟାଦିର ପ୍ରତୀକ ହୋଇଥାଏ। ମନ୍ଦିର ହେଉ ବା ଘରେ ଆମେ ସକାଳେ ଏବଂ ସନ୍ଧ୍ୟାରେ ପୂଜା କଲାବେଳେ ଶଙ୍ଖ ବଜାଇଥାଉ। କିନ୍ତୁ, ଆପଣ ଜାଣିଛନ୍ତି କି, ଆମେ ଧାର୍ମିକ କାର୍ଯ୍ୟରେ ଶଙ୍ଖ କାହିଁକି ବଜାଇଥାଉ। ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି।
ଶାସ୍ତ୍ରରେ କୁହାଯାଇଛି ଯେ, ଶଙ୍ଖ ଧ୍ୱନି ଶତ୍ରୁଙ୍କୁ ଦୁର୍ବଳ କରିବା ପାଇଁ ବ୍ୟବହାର କରାଯାଏ। ଏହି ଶବ୍ଦ ଶୁଣି ଶତ୍ରୁ ଦୁର୍ବଳ ହୋଇଥାନ୍ତି। ପୂରାଣ ଅନୁସାରେ, ଯେଉଁ ବ୍ୟକ୍ତି ପୂଜା ସମୟରେ ଶଙ୍ଖ ବଜାଇଥାଏ, ତାର ସବୁ ପାପ ନଷ୍ଟ ହୋଇଯାଏ। ଆଉ ସେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇଥାଏ।ଶଙ୍ଖ ଧ୍ୱନି ଦ୍ୱାରା ଆମ ମନ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିଥାଏ । ଶଙ୍ଖ ବଜାଇବା ଦ୍ୱାରା ଆମ ଚାରିପାଖର ବାୟୁ ମଧ୍ୟ ସଫା ହୋଇଥାଏ। ଏହା ଦ୍ୱାରା ଆମ ଘରେ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ।
ଆମେ ଘରେ ଶଙ୍ଖ ଭିତରେ ପାଣି ରଖି ମଧ୍ୟ ପୂରା କରିଥାଉ। ଏହା ପଛରେ ମଧ୍ୟ ଏକ ମହତ୍ତ୍ୱ ରହିଛି। ଶଙ୍ଖ ଭିତରେ ଥିବା ପାଣିରେ କୀଟାଣୁନାଶକ ଶକ୍ତି ରହିଥାଏ। ଯାହାକୁ ଆମେ ଘରେ ସିଞ୍ଚନ କଲେ କୀଟାଣୁ ନାଶ ହୋଇଥାନ୍ତି। ଏହି ଶଙ୍ଖ ପାଣି ଆମ ଶରୀର ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking