40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଫ୍ୟାମିଲି କୋର୍ଟରେ ବି ବର୍ଷାଙ୍କ ଆବେଦନ

ଫ୍ୟାମିଲି କୋର୍ଟରେ ବି ବର୍ଷାଙ୍କ ଆବେଦନ

ଭୁବନେଶ୍ୱର: ସ୍ୱାମୀ ଅନୁଭବଙ୍କ ବିରୋଧରେ ଅଭିନେତ୍ରୀ ବର୍ଷାଙ୍କ ଅଭିଯୋଗ ପ୍ରସଙ୍ଗ ରେ ଏସଡିଜେଏମ କୋର୍ଟ ଛଡା ଫ୍ୟାମିଲି କୋର୍ଟରେ ବି ଆବେଦନ କରିଛନ୍ତି ବର୍ଷା । କଟକ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବୈବାହିକ ଜୀବନ ପୁନଃସ୍ଥାପିତ କରିବାକୁ ଆବେଦନରେ ଅନୁରୋଧ କରାଯାଇଛି । ହିନ୍ଦୁ ବିବାହ ଆଇନର ଧାରା ୯ ଆଧାରରେ କୋର୍ଟରେ ଆବେଦନ କରାଯାଇଛି ।

ଆଜି ଅନୁଭବ ବର୍ଷାଙ୍କ ଉତର ସ୍ୱରୂପ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ୪୭ ପୃଷ୍ଠା ବିଶିଷ୍ଟ ଛାଡପତ୍ର ପାଇଁ ପିଟିସନ କରିଛନ୍ତି । ଯେଉଁଥିରେ ସେ ଦର୍ଶାଇଛନ୍ତି , ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲେ ଅନୁଭବ । ବାହାଘରର ପ୍ରଥମ ଦିନ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ଶାରୀରିକ ସଂପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ । ଅନୁଭବ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି । ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ଦିଲ୍ଲୀରେ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ଅନୁଭବ । ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ । କଟକକୁ ଫେରିବା ପରେ ବର୍ଷା ଖୁସିଥିବା ଉଲ୍ଲେଖ କରିଛନ୍ତି ଅନୁଭବ । ପରେ କଟକ ଫେରିଲେ ଆମର ସଂପର୍କ ରହିବ ବୋଲି କହିଥିଲେ ବର୍ଷା । କିନ୍ତୁ ସେ ସଂପର୍କ ନରଖି ପୁଣି ୭/୮ ମାସ ସମୟ ମାଗିଥିଲେ । ବର୍ଷା କେବେ ବୈବାହିକ ଖୁସି ଦେଇନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ । ବର୍ଷା ସବୁବେଳେ ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ଶାଶୁଘରେ ନରହି ଅଧିଂକାଶ ସମୟ ବାପଘରେ ରହୁଥିଲେ ବର୍ଷା । ସେ ଶାଶୂଘର ଖାଦ୍ୟ ପସନ୍ଦ କରୁନଥିବା ଅନୁଭବ ଅଭିଯୋଗ କରିଛନ୍ତି । ଅନୁଭବ ଆହୁରି ମଧ୍ୟ କହିଛନ୍ତି, ଶାଶୁଘର ଲୋକଙ୍କ ସହ ସେ ମିଶୁନଥିଲେ, ବାପଘର ଯିବାକୁ ବାହାନା କରୁଥିଲେ । ସହଅଭିନେତ୍ରୀଙ୍କ ସହ ସଂପର୍କ ଥିବା ମିଥ୍ୟା ଅଭିଯୋଗ କରୁଥିଲେ ବର୍ଷା । ୨୦୧୯ ମେ ୧ରୁ ଦୁହେଁ ଅଲଗା ରହିଆସୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking