40.1 C
Bhubaneswar
Thursday, April 25, 2024
Homeଅପରାଧବିଭତ୍ସ ହତ୍ୟା : ଜମିଜମା ବିବାଦରୁ ଗଡିଲା ମୁଣ୍ଡ

ବିଭତ୍ସ ହତ୍ୟା : ଜମିଜମା ବିବାଦରୁ ଗଡିଲା ମୁଣ୍ଡ

ବ୍ରହ୍ମପୁର: ଜମିଜମା ବିବାଦରୁ ଗଡିଲା ମୁଣ୍ଡ । କ୍ଷେତରେ ଚାଷ କରୁଥିବା ବେଳେ ଚାଷୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ପଞ୍ଚୁ ସାହୁ । ମିଳିଥିବା ସୂଚନା ଅନୁଯାୟୀ, ପାତାଳସିଙ୍ଗି ଗ୍ରାମରେ ମୃତ ପଞ୍ଚୁ ସାହୁ ଓ ସେହି ଗ୍ରାମର ସୁବଳ ସାହୁଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ର କରି ସୋମବାର ପଞ୍ଚୁ ବିଲରେ ଚାଷ କରିଥିବା ସମୟରେ ସୁବଳ ସାହୁ ଓ ତାଙ୍କ ତିନି ପୁଅ ମିଳିତ ଭାବରେ ଏକ ଟାଙ୍ଗିଆରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ପଞ୍ଚୁଙ୍କ ପେଟ, ଗୋଡ ଓ ମୁହଁରେ ଗଭିର ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking