32.1 C
Bhubaneswar
Thursday, March 28, 2024
Homeଓଡିଶାବାଣୀଶ୍ରୀ ବିଦ୍ୟାମନ୍ଦିରର ୨୯ତମବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବାଣୀଶ୍ରୀ ବିଦ୍ୟାମନ୍ଦିରର ୨୯ତମବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର(ଶକ୍ତିଧର ରାଜଗୁରୁ)-: ଗୋଳନ୍ଥରା ସ୍ଥିତ ବାଣିଶ୍ରୀ ବିଦ୍ୟାମନ୍ଦିରେ ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ  ବିଦ୍ୟାଳୟଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ସଭାପତି ଯୁଧିଷ୍ଠିର ଭଞ୍ଜସାମନ୍ତଙ୍କ ସଭାପତିତ୍ୱରେ ଚାଲିଥିବା ଏହି ୨୯ତମ ବାର୍ଷିକ କ୍ରୀଡ଼ାକୁ ମୁଖ୍ୟ ଅତିଥି ଭାବେ  ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାଇକ ଯୋଗ ଦେଇ ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟାମନ୍ଦିରର ସଂପାଦକ ବିଘ୍ନରାଜ ଜେନା, ସାମ୍ବାଦିକ ଟୁଟୁ ମହାପାତ୍ର, ଯୁଗ୍ମ ସଂପାଦକ ସୁଦର୍ଶନ ରାଉଳ, କୃଷ୍ଣ ଚନ୍ଦ୍ର ଜେନା, ଗୋପାଳ ସେଠୀ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। ଛାତ୍ରଛାତ୍ରୀମାନେ ହନୁମାନ ମନ୍ଦିରରୁ ଆଣିଥିବା ମଶାଲକୁ ଗ୍ରହଣ କରିବା ସହ କ୍ରୀଡ଼ା ପତାକା ଉତୋଳନ କରିଥିଲେ ଶ୍ରୀ ନାଇକ। ପିଲାମାନେ ପାଠ ପଡିବା ସାଙ୍ଗକୁ ଖେଳକୁଦ ପ୍ରତି ମଧ୍ୟ ଆଗ୍ରହ ହେବା ଉଚିତ,  ପ୍ରାଚୀନ ଆଶ୍ରମ ଶିକ୍ଷାପ୍ରଣାଳୀରେ ଶିକ୍ଷା ବ୍ୟବସ୍ଥାରେ କ୍ରୀଡ଼ା ଯୋଡି ହୋଇଯାଇଥିଲା। ଏହା ଦ୍ୱାରା ଶିକ୍ଷାର୍ଥୀଙ୍କର ଶାରୀରିକ ଏବଂ ମାନସିକସ୍ତରରେ ବିକାଶ ହୋଇଥାଏ। ତେଣୁ ବିଦ୍ୟାଳୟ ପାଠ୍ୟକ୍ରମରେ ଖେଳ ଏକ ଅଭିନ୍ନ ଅଙ୍ଗ ବୋଲି ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାଇକ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହି ଅବସରରେ ଉଚ୍ଚଡ଼ିଆଁ, ଲମ୍ବଡ଼ିଆଁ, ୧୦୦ମିଟର ଦୈାଡ଼, ଅଖାଡ଼ିଆଁ, ଗୋଡ଼ଫିଙ୍ଗା ଆଦି ବିଭିନ୍ନ ପ୍ରତିଯୋଗୀତାରେ ୨ଶହ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କ୍ରୀଡ଼ା ୩ଦିନ ଧରି ଚାଲିବାକୁ ଥିବାବେଳେ, ପ୍ରଥମ ଦିନରେ ଜୁନିୟର ଓ ସବ ଜୁନିୟରର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟା ତଥା ବିଦ୍ୟାମନ୍ଦିରର ସଂପାଦକ ବିଘ୍ନରାଜ ଜେନା, ଖେଳ ଶିକ୍ଷକ ପ୍ରଦୀପ କୁମାର ପାତ୍ର, ଗୁରୁମା ବିଦ୍ୟୁତ ପ୍ରଭା ମହାରଣା, ଅଶ୍ୱିନୀ କୁମାର ବାଡତ୍ୟା ଖେଳ ପରିଚାଳନା କରୁଥିବା ବେଳେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା   ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking