27.1 C
Bhubaneswar
Thursday, April 25, 2024
Homeଓଡିଶାଏବେ ବନ୍ଦ ହେବନି ବାଣୀବିହାର ହଷ୍ଟେଲ

ଏବେ ବନ୍ଦ ହେବନି ବାଣୀବିହାର ହଷ୍ଟେଲ

ଭୁବନେଶ୍ୱର: ଖୋଲା ରହିବ ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ । ହଷ୍ଟେଲ ଖୋଲା ରହିବା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ବର୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ । ଆଗକୁ କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ୧୨ ଓ ୧୬ ତାରିଖରେ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଥିଲା । ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । କରୋନା ଆଳରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ତାତିଥିଲେ ଛାତ୍ରଛାତ୍ରୀ । ମୁଖ୍ୟ ଫାଟକ ଆଗରେ ଜୋରଦାର ବିକ୍ଷୋଭ କରିଥିଲେ । ବିଶ୍ୱ ବିଦ୍ୟାଳୟର ଫାଟକରେ ତାଲା ପକାଇ ରାଜରାସ୍ତାରେ ଆନ୍ଦୋଳନରେ ବସିଥିଲେ ଛାତ୍ରଛାତ୍ରୀ । ସେମାନଙ୍କ ଅଭିଯୋଗ ହଷ୍ଟେଲରେ କୌଣସି ପିଲାଙ୍କ ଠାରେ କରୋନା ଦେଖାଯାଇନି । ନିର୍ବାଚନ ରାଲି, ମଲ ଆଦିରେ ଲୋକଙ୍କ ଗହଳି ଭିତରେ କରୋନା ବ୍ୟାପୁନାହିଁ, କିନ୍ତୁ ଶିକ୍ଷାନୁ୍ଷ୍ଠାନରେ କରୋନା ବ୍ୟାପୁଛି କହି ସରକାର ହଷ୍ଟେଲ ଖାଲି କରିବାକୁ କହିବାକୁ ସେମାନେ ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking