30.1 C
Bhubaneswar
Wednesday, April 24, 2024
Homeଅପରାଧପିଶାଚ ସ୍ୱାମୀର ବର୍ବରୋଚିତ କାଣ୍ଡ: ବନ୍ଧୁକୁ ଡାକି ନିଜ ପତ୍ନୀଙ୍କୁ କରାଇଲା ଦୁଷ୍କର୍ମ ଆଉ ତାପରେ........

ପିଶାଚ ସ୍ୱାମୀର ବର୍ବରୋଚିତ କାଣ୍ଡ: ବନ୍ଧୁକୁ ଡାକି ନିଜ ପତ୍ନୀଙ୍କୁ କରାଇଲା ଦୁଷ୍କର୍ମ ଆଉ ତାପରେ……..

ନୂଆଦିଲ୍ଲୀ :  ସ୍ୱାମୀ ନୁହେଁ ତ ସଇତାନ । ନିଜ ପତ୍ନୀକୁ ନେଇ ଅନୈତିକ କାର୍ଯ୍ୟରେ ଲିପ୍ତ କରିବା ଭଳି ସଙ୍ଗିନ୍‌ ମାମଲାର ଖୁଲାସା କରିଛି ପୋଲିସ । ଉତ୍ତର ପ୍ରଦେଶର ବଦାୟୁରେ ଏଭଳି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସଶଓ୍ବାନ୍‌ ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ବନ୍ଧୁ ଦୁଇ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି କାଣ୍ଡ ଭିଆଇବାରେ ଖୋଦ୍‌ ପିଶାଚ ସ୍ବାମୀ ହିଁ ସହଯୋଗ କରିଥିଲା ।

ମିଳିଥିବା ସୂଚନା ଅନୁସାରେ, ବଦାୟୁର ସଶଓ୍ବାନ ଅଞ୍ଚଳରେ ଜଣେ ଯୁବକ ତାର ପତ୍ନୀଙ୍କୁ ବାଇକ୍‌ରେ ନେଇ ଏକ ନିଛାଟିଆ ଜଙ୍ଗଲକୁ ଚାଲିଯାଇଥିଲା । ସେଠାରେ ସେ ତାର ଜଣେ ବନ୍ଧୁକୁ ଡାକି ନୁଜ ପତ୍ନୀଙ୍କୁ ଦୁଷ୍କର୍ମ କରାଇଥିଲା । ଜଙ୍ଗଲରେ ମହିଳାଙ୍କୁ ୨ ଥର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଯୁବକ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ବନ୍ଧୁ ଦ୍ବାରା ଦୁଷ୍କର୍ମ କରାଇବା ପରେ ନିଜେ ହିଁ ପୋଲିସକୁ ଫୋନ କରି ପତ୍ନୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିବା କଥା କହିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲା । ପଚରାଉଚରା ବେଳେ ମହିଳା ଜଣକ କହିଥିଲେ ଯେ, ତାଙ୍କ ସ୍ବାମୀ ହିଁ ଏଭଳି ଅମାନୁଷିକ କାର୍ଯ୍ୟ କରାଇଥିଲେ ଏବଂ ଏଭଳି ମିଛ ନାଟକ କରି ପୋଲିସକୁ କହିଥିଲେ । ପୂର୍ବରୁ ଗାଁର ଦୁଇ ଜଣଙ୍କ ସହ ପାଟିତୁଣ୍ଡକୁ ନେଇ ସେମାନଙ୍କୁ ଫଶାଇବାକୁ ଚେଷ୍ଟା କରିଥିବା ପୋଲିସକୁ କହିଥିଲେ ପୀଡିତା ମହିଳା ।

ଘଟଣାକୁ ନେଇ ଗ୍ରାମାଞ୍ଚଳ ଏଏସ୍‌ପି ସିଦ୍ଧାର୍ଥ ବର୍ମା କହିଛି, ‘ପୋଲିସ ଏ ନେଇ ଅଭିଯୁକ୍ତ ସ୍ବାମୀ ଏବଂ ତାର ବନ୍ଧୁ ବିରୁଦ୍ଧରେ ମାମଲା ରୁଜୁ କରିଛି । ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରାଯାଇଥିବା ବେଳେ ତାର ବନ୍ଧୁ ଫରାର୍‌ ଅଛି । ବିଭିନ୍ନ ସ୍ଥାନରେ ଚଢଉ ଜାରିରହିଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking