34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭିସା ଅବଧି ଶେଷ: ରେମୁଣାରୁ ଫେରିପାରୁ ନାହାନ୍ତି ରଷିଆନ୍ ଦମ୍ପତି

ଭିସା ଅବଧି ଶେଷ: ରେମୁଣାରୁ ଫେରିପାରୁ ନାହାନ୍ତି ରଷିଆନ୍ ଦମ୍ପତି

ବାଲେଶ୍ୱର: କରୋନା ମହାମାରୀ ସମୟରେ ହୋଇଥିବା ଲକ୍‌ଡାଉନ ସମୟରେ ଜଣେ ରଷିଆନ ଦମ୍ପତିଙ୍କ ଭିସାର ଅବଧି ଶେଷ ହୋଇଯିବା ଫଳରେ ସେମାନେ ନିଜ ଦେଶକୁ ଫେରିପାରୁ ନଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଦମ୍ପତି ନିଜ ଦେଶକୁ ଫେରିବାକୁ ଚାହୁ ନଥିବା ବେଳେ ଭାରତର ନାଗରିକତ୍ୱ ଗ୍ରହଣ କରି ସବୁ ଦିନ ପାଇଁ ଭାରତରେ ରହିବାକୁ ଇଛା ପ୍ରକାଶ କରି ଆଜି ଜିଲ୍ଲାପାଳଙ୍କୁ ଦେଖା କରିଛନ୍ତି ।
ସୂଚନା ଅନୁଯାୟୀ, ରଷିଆ ଦେଶର ଭରୁନଭ ସାରଗୀ(୬୦) ଏବଂ ନାଦ୍ରିୟାନୋଭା ତାତିଆନା(୩୦) ଏବେ ଦୀର୍ଘଦିନ ଧରି ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ରହୁଛନ୍ତି । ସେମାନେ ପ୍ରଥମେ ୨୦୧୦ମସିହାରେ ଭାରତ ଭ୍ରମଣରେ ଆସିଥିଲେ । ପରେ ସେମାନେ ଇସ୍କନ ଧର୍ମ ପ୍ରତି ଆକୃଷ୍ଟ ହୋଇ ଗୋପାଳକୃଷ୍ଣ ଗୋସ୍ୱାମୀଙ୍କଠାରୁ ଦୀକ୍ଷାଗ୍ରହଣ କରିଥିଲେ । ସେମାନଙ୍କ ନାମକୁ ପରିବର୍ତ୍ତନ କରି ଭରୁନଭ୍‌ଙ୍କ ପରିବର୍ତ୍ତେ ଶକ୍ତିତତ୍ତ୍ୱ ଦାସ ଏବଂ ନାଦ୍ରିୟାନୋଭା ପରିବର୍ତ୍ତେ ତେଜସ୍ୱିନୀ ଦେବଦାସୀ ରଖିଥିଲେ । ପେଶାରେ ଶକ୍ତିତତ୍ତ୍ୱ ଜଣେ ଇଲେକ୍ଟ୍ରିକାଲ ଇଂଞ୍ଜିନିୟର ହୋଇଥିବା ବେଳେ ତେଜସ୍ୱିନୀ ଜଣେ ଇନ୍‌ଫର୍‌ମେସନ୍ ସିଷ୍ଟମ ଇଞ୍ଜିନିୟର ଅଟନ୍ତି । ସେମାନଙ୍କର ୩ଟି ସନ୍ତାନ ମଧ୍ୟରେ ଦୁଇଟି ଝିଅ ଏବଂ ଜଣେ ପୁଅ ରହିଛନ୍ତି । ଏବେ ସେମାନେ ସେମାନଙ୍କ ପରିବାର ଛାଡ଼ି ଇସ୍କନ ଧର୍ମ ପ୍ରତି ଆକୃଷ୍ଟ ହୋଇ ମନ୍ଦିର ଏବଂ ମଠକୁ ଯାଇ ସେଠାରେ ନାମ ସଂକୀର୍ତ୍ତନ କରୁଛନ୍ତି । ରେମୁଣା ଅଞ୍ଚଳରେ ଲୀଲାବତୀ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଘର ଭଡା ନେଇ ରହୁଛନ୍ତି । ୨୦୨୦ମସିହା ଫେବୃଆରୀ ମାସରେ ସେମାନେ ରେମୁଣା ପରିଭ୍ରମଣ କରିବାକୁ ଆସି କିଛିଦିନ ରହିବା ପରେ ମାର୍ଚ୍ଚମାସରେ କରୋନା ମହାମାରୀ ଦେଖାଦେଇଥିଲା । ହେଲେ ସେହି ସମୟରେ ତାଙ୍କର ଭିଜା ମଧ୍ୟ ସରିଯାଇଥିଲା । ସେମାନେ ଆଉ ନିଜ ଦେଶକୁ ଫେରିପାରି ନଥିଲେ । ସେହିଠାରେ ସେମାନେ ଏକ ଘରଭଡ଼ା ନେଇ ରହୁଆସୁଥିଲେ । ହେଲେ ସେମାନଙ୍କର ଭିସା ସରିଯାଇଥିବା ବେଳେ ଘର ମାଲିକ ସେମାନଙ୍କୁ ଜିଲ୍ଲା ପ୍ରଶାସନଠାରୁ ରହିବା ପାଇଁ ଅନୁମତିପତ୍ର ଆଣିବା ପାଇଁ ପରାମର୍ଶ ଦେଇଥିଲେ । ସେମାନେ ଆଜି ଜିଲ୍ଳାପାଳଙ୍କୁ ଦେଖାକରି ଅନୁମତିପତ୍ର ଆଣିବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking