39.4 C
Bhubaneswar
Thursday, April 18, 2024
Homeଓଡିଶାହାତୀପଦର ଗାଁ’ରୁ ୫୪ ପଜିଟିଭଙ୍କୁ ସଂଗରୋଧ, ଡୁରୁକିଳିମା ଗାଁ’ରେ ଟିକାକରଣ ଆରମ୍ଭ

ହାତୀପଦର ଗାଁ’ରୁ ୫୪ ପଜିଟିଭଙ୍କୁ ସଂଗରୋଧ, ଡୁରୁକିଳିମା ଗାଁ’ରେ ଟିକାକରଣ ଆରମ୍ଭ

ମୁନିଗୁଡା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଶିବପଦର ପଞ୍ଚାୟତର ହାତୀପଦର ଗାଁରେ ୯୯ଜଣଙ୍କ କରୋନା ପରୀକ୍ଷାରୁ ୫୪ଜଣଙ୍କ ଶରୀରରେ ଭୁତାଣୁ ଥିବା ଜଣାପଡିଛି । ଏ ବିଷୟ ସ୍ୱାସ୍ଥ୍ୟ ବିଭାଗରୁ ଜଣାପଡିବା ପରେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଅଧିକାରୀ ଡ.ସଞ୍ଜୟ କୁମାରଙ୍କ ନିର୍ଦ୍ଦେଶରେ ଦୁଇଟି ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ଟିମ୍ ନିର୍ଦ୍ଧିଷ୍ଟ ଗାଁକୁ ପଠାଯାଇଛି । ସେହିପରି ଏହି ଖବର ହସ୍ତଗତ ହେବାକ୍ଷଣି ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼,ବିଡ଼ିଓ ଦିଲ୍ଲୀପ କୁମାର ବେହେରା,ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ, ସରପଞ୍ଚ ଭବାନୀ ଯାକେସିକା ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ, ହାତୀପଦର ଗ୍ରାମର ଜଣେ ଶ୍ରମିକ ବେଦାନ୍ତ କମ୍ପାନୀରେ କାମ କରିବାକୁ ଯାଏ । ଗତ ୫ ଦିନ ପୂର୍ବରୁ ତାକୁ ଜ୍ୱର ହେବାରୁ ସେ କରୋନା ଟେଷ୍ଟ କରି ପଜିଟିଭ୍ ଜାଣିବା ପରେ ଗତ ଶନିବାର ଦିନ ଗାଁର ୯୯ଜଣ ପୁରୁଷ ମହିଳା ଓ ପିଲା ଆର୍ଟି ପିସିଆର୍ ଟେଷ୍ଟ କଲାପରେ ତା\’ର ରେଜଲ୍ଟ ଆଜି ଜଣାପଡିଲା । ସେମାନଙ୍କ ମଧ୍ୟରୁ ୫୪ଜଣ ସଂକ୍ରମିତ । ଏମାନଙ୍କ ମଧ୍ୟରେ ୩୧ଜଣ ମିହିଳା ୨ଜଣ ଦଶ ବର୍ଷର କିଶୋର ଓ ୨୧ଜଣ ପୁରୁଷ ଅଛନ୍ତି । ଏତେ ସଂଖ୍ୟକ କରୋନା ସଂକ୍ରମିତ ରୋଗୀ ଏକ କାଳୀନ ବାହାରିଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ତହସିଲଦାର,ବିଡିଓ, ଏସ୍‌ଡିପିଓ, ଗ୍ରାମବାସୀ ତଥା ସଂକ୍ରମିତ ବ୍ୟକ୍ତିଙ୍କୁ ସାବଧାନରେ ରହିବାକୁ ବୁଝାଇଥିଲେ । ଏବେ ଏହି ସଂକ୍ରମିତ ରୋଗୀମାନେ ସଂଗରୋଧରେ ନିଜ ନିଜର ଘରେ ଶତର୍କତାର ସହ ରହିବେ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତିଦିନ ଏମାନଙ୍କୁ ତଦାରଖରେ ରଖାଯିବ । ସ୍ଥାନୀୟ ସରପଞ୍ଚ ନିୟମିତ ଏମାନଙ୍କ ଯୋଗାଯୋଗରେ ରହିବେ । ଡ.ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସଂକ୍ରମିତ ମାନଙ୍କୁ ଆବଶ୍ୟକ ମେଡିସିନ ଦେଇଥିଲେ । ସେହିପରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ଗୋମାଙ୍ଗଙ୍କ ନେତୃତ୍ୱରେ ଏକ ମେଡ଼ିକାଲ ଦଳ ଶିବପଦର ପଞ୍ଚାୟତ ଡୁରୁକିଳିମା ଗାଁରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଗ୍ରାମବାସୀ ଟିକାର ସଫଳାକୁ ନେଇ ଅନେକ କଥା ଉଠାଇବା ସହ ସହଯୋଗ କରିବାକୁ ଅମଙ୍ଗ ହୋଇଥିଲେ । ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀମାନେ ସ୍ଥାନୀୟ ଯୁବନେତା ତଥା ପୂର୍ବତନ ଜିଲ୍ଲା ଜନଜାତି ଉନ୍ନୟନ ଅଧକ୍ଷ ଜଗନ୍ନାଥ ନୁଣ୍ଡରୁକା ଅନେକ ବୁଝାଇବା ପରେ ସେମାନେ ରାଜି ହୋଇଥିଲେ । ଶିବପଦର,କେ.ଡୁରୁକିଳିମା,ଷ୍ଟେସନ ଦହିଖାଲ,ଡୁରୁକିଳିମା ଗାଁରେ କରୋନା ସଚେତନତା ଉପରେ ମୁନିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ପିଏଚଇଓ ସଂଯୁକ୍ତା ଗୋମାଙ୍ଗ ବୁଝାଇବା ସହ ସଭିଙ୍କୁ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ସାମାନ୍ୟ ଦେହ ଖରାପ ଲାଗିଲେ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ କହିଥିଲେ । ଏହି ରୋଗକୁ ନଡରି ଆତ୍ମବିଶ୍ୱାସର ସହିତ ଶତର୍କତା ଅବଲମ୍ବନ କରି ଔଷଧ ଖାଇଲେ ଏହା ଭଲ ହୋଇଯିବ । ଭୟ ନକରି ସମସ୍ତେ ଭ୍ୟାକ୍ସିନ ନେବାକୁ ବୁଝାଇଥିଲେ । ଅପରାହ୍ନ ୩ଟା ସୁଦ୍ଧା ୩୫ଜଣ ଟିକାକରଣ କରିଥିଲେ । ଏହି କାର୍ଯ୍ୟରେ ମୁନିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରର ଡିଇଓ ମାମାନି ସାହୁ,ଏଏନଏମ୍ ଚନ୍ଦ୍ରିକା କୁଶୁଲିଆ ଓ ପୁଷ୍ପାବତୀ ବରାଳ ସମସ୍ତ ସହଯୋଗ କରିଥିଲେ । ଏହି ଟିକାକରଣ ଓ ସଚେତନତା ନିୟମିତ ଚାଲିବା ସହିତ ଘରଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଗୋମାଙ୍ଗ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking