27.1 C
Bhubaneswar
Monday, August 15, 2022
Homeଓଡିଶାଟିକା ଆବଣ୍ଟନ ଗାଇଡଲାଇନରେ ସଂଶୋଧନ ପାଇଁ ଏସିଏସଙ୍କ ଚିଠି, ୭୫% ନୁହେଁ ୯୫% ମିଳୁ

ଟିକା ଆବଣ୍ଟନ ଗାଇଡଲାଇନରେ ସଂଶୋଧନ ପାଇଁ ଏସିଏସଙ୍କ ଚିଠି, ୭୫% ନୁହେଁ ୯୫% ମିଳୁ

ଭୁବନେଶ୍ୱର : କରୋନା ଟିକା ଆବଣ୍ଟନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ଗତ ୮ ତାରିଖରେ କେନ୍ଦ୍ର ସରକାର ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି । ଆସନ୍ତା ୨୧ତାରିଖରେ କେନ୍ଦ୍ର ସରକାର ରାଜ୍ୟଗୁଡିକ ୭୫% ଟିକା ମାଗଣାରେ ଯୋଗାଇେଦ୍ୱେ । ଏହାବ୍ୟତୀତ ୨୫% ଟିକା ଘରୋଇ ହସ୍ପିଟାଲର ସିଧାସଳଖ ଟିକା ନିର୍ମାତା କମ୍ପାନୀଠାରୁ କିଣିବେ ।

ହେଲେ ଓଡ଼ିଶାରେ କେବଳ ୪ ଘରୋଇ ହସ୍ପିଟାଲର ଟିକା କିଣିବା ପାଇଁ ଅନୁମତି ପାଇଛନ୍ତି । ବାସ୍ତବ କଥା ହେଲା ଓଡ଼ିଶାରେ ଘରୋଇ ହସ୍ପିଟାଲ କ୍ଷେତ୍ରରେ ମାତ୍ର ୫% ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଏହା ହେଉଛି ରାଜ୍ୟର ବାସ୍ତବ ଚିତ୍ର । ତେଣୁ ଏପରି କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ସରକାର ୯୫ % ଟିକା ପ୍ରଦାନ କରନ୍ତୁ ଓ ଘରୋଇ ହସ୍ପିଟାଲକୁ ୫ % ଟିକା ପ୍ରଦାନ କରିବା ପାଇଁ ଗାଇଡଲାଇନରେ ପରି୍ୱର୍ତ୍ତନ କରାଯାଉ । ଓଡିଶାରେ ବେସରକାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର କମ୍ ଉପସ୍ଥିତିକୁ ଦୃଷ୍ଟିରେ ରଖି ଏହା ଅନୁରୋଧ କରାଯାଇଛି ଯେ ଓଡ଼ିଶା ରାଜ୍ୟ ପାଇଁ ସରକାରୀ ବେସରକାରୀ ଟିକା ଆବଣ୍ଟନ ଅନୁପାତ ୭୫ : ୨୫ ରହିଛି । ଓଡ଼ିଶାରେ ଅଧିକ ଘରୋଇ ହସ୍ପିଟାଲ ନଥିବାରୁ ଟିକା ଆବଣ୍ଟନରେ ସଂଶୋଧନ କରାଯାଉ । ଏଥରେ ସଂଶୋଧନ କରାଯାଇ ୯୫.୫ ଅନୁପାତରେ ସଂଶୋଧିତ କରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking