39.1 C
Bhubaneswar
Tuesday, April 23, 2024
Homeଓଡିଶାରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ହେଲା ବାଧ୍ୟତାମୂଳକ

ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର : ଭୁବନେଶ୍ୱରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା । ଏହି ଚିଠିରେ ସେ ଲେଖିଛନ୍ତି, ଭୁବନେଶ୍ୱରରେ ଥିବା ସରକାରୀ ଅଫିସ ଓ ସରକାରୀ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଜୁନ ୧୦ରୁ ୨୦ ତାରିଖ ମଧ୍ୟରେ କରାଯାଉଛି । ଏଥିରେ ୬ ହଜାର କର୍ମଚାରୀଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରହିଛି ।

୧୭ ତାରିଖରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଥିବା ସମସ୍ତ ଅଫିସ ଜୁଲାଇ ୧ରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଥିବାରୁ କର୍ମଚାରୀଙ୍କୁ ଦୁଇଟି ଟିକା ଦେବା ପାଇଁ ଯୋଜନା ହୋଇଛି । ଫଳରେ ଏକ ସୁରକ୍ଷିତ ବାତାବରଣ ଭିତରେ ସମସ୍ତେ କାର୍ଯ୍ୟ କରିପାରିବେ । ଯେଉଁମାନେ ଅଫିସ ଆସିବେ, ୨ ଡୋଜ୍ ଟିକା ନେଇଥିବା ଜରୁରୀ । ଯେଉଁମାନେ ଟିକା ନେଇନଥିବେ, ସେମାନଙ୍କୁ କାରଣ ଦର୍ଶାଇବାକୁ ପଡ଼ିବ । ଯଦି ଟିକା ନେଇ ନଥିବେ କିମ୍ବା ଟିକା ନନେବାର କାରଣ ଦେଇପାରିବେ ନାହିଁ, ସେମାନେ ଅଫିସ ଆସିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking