34.1 C
Bhubaneswar
Friday, March 29, 2024
Homeଓଡିଶା୭ କୋଟି ମୁହାଁ ଟିକାକରଣ

୭ କୋଟି ମୁହାଁ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ୭ କୋଟି ମୁହାଁ ହୋଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ପ୍ରଥମ ଓ ଦ୍ବିତୀୟ ପାନ ପ୍ରାୟ ସରିଆସିଲାଣି। ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ସଂକ୍ରମଣ ଭୟ କମିଥିବାରୁ ବହୁ ଲୋକ ପ୍ରତିଷେଧାତ୍ମକ ପାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟରେ ୬୦ ବର୍ଷରୁ ଅଧିକ ବର୍ଷ ବର୍ଗର ୧୭% ପ୍ରତିଷେଧାତ୍ମକ ପାନ ଟିକା ନେଇଥିବାବେଳେ ସମ୍ମୁଖ ଯୋଦ୍ଧା ୯୪ % ଏବଂ ସ୍ବାସ୍ଥ୍ୟକର୍ମୀ ୬୦ % ରହିଛନ୍ତି।

ଏହାଛଡା ଘରୋଇ ଚିକିତ୍ସାଳୟରେ ୭୩,୯୧୯ ଜଣ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ୬ କୋଟି ୭୯ ଲକ୍ଷ ୮୩ ହଜାର ୨୭୦ ହୋଇଛି। ଅନ୍ୟପକ୍ଷରେ ଆଜି ରାଜ୍ୟରେ ୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରେ ସଙ୍ଗରୋଧରୁ ୩୦ ଓ ସ୍ଥାନୀୟ ସଂକ୍ରମଣରୁ ୨୧ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୬ ଜଣ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୬ ଜଣ, ବାଲେଶ୍ବରରୁ ୪, କଟକରୁ ୩, ଜଗତସିଂହପୁର, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଞ୍ଜାମ, ଝାରସୁଗୁଡ଼ା, ନୂଆପଡ଼ା ଓ ସମ୍ବଲପୁରରେ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking