31.1 C
Bhubaneswar
Friday, March 29, 2024
Homeଓଡିଶାଗୋଟିଏ ଦିନରେ ୩ଲକ୍ଷ ୪୫ହଜାର ୪୪୧ହିତାଧିକାରୀଙ୍କୁ ଟିକା ପ୍ରଦାନ

ଗୋଟିଏ ଦିନରେ ୩ଲକ୍ଷ ୪୫ହଜାର ୪୪୧ହିତାଧିକାରୀଙ୍କୁ ଟିକା ପ୍ରଦାନ

ଭୁବନେଶ୍ୱର: ରାଜ୍ୟରେ ସୋମବାର ୩ଲକ୍ଷ ୪୫ହଜାର ୪୪୧ହିତାଧିକାରୀ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ମୋଟ ଟିକାକରଣ ସଂଖ୍ୟା ୨କୋଟି ୩୯ଲକ୍ଷ ୬୧ହଜାର ୬୦୪ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୮୦ଲକ୍ଷ ୬୬ହଜାର ୨୧୬ ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିଲାବେଳେ ୫୯ ଲକ୍ଷ ୨୫ ହଜାର ୩୮୮ଜଣ ଦ୍ୱିତୀୟ ଡୋଜ୍ ନେଇସାରିଲେଣି । ରାଜ୍ୟରେ ଆଜି ୧୩୭୨ ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୫୨ ହଜାର ୧୯୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୨ ଲକ୍ଷ ୯୦ହଜାର ୮୧୫ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେହିପରି ୩ ଲକ୍ଷ ୪୮ ହଜାର ୭୭୨ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୭୪ହଜାର ୯୦୭ ଜଣ ଦ୍ୱିତୀୟ ଡୋଜ୍ ଲେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୯୦ଲକ୍ଷ ୨୦ହଜାର ୬୧୪ପ୍ରଥମ ଡୋଜ୍ ଓ ୧୩ଲକ୍ଷ ୩୭ହଜାର ୩୭୮ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୮୩ଲକ୍ଷ ୪୦ହଜାର ୬୩୬ ଜଣ ପ୍ରଥମ ଡୋଜ୍ ଓ ୪୦ଲକ୍ଷ ୨୨ହଜାର ୨୮୮ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ମୋଟ ୧ଲକ୍ଷ ୧୮ହଜାର ୫୯୮ ଜଣ ଗର୍ଭବତୀ ପ୍ରଥମ ଡୋଜ୍ ଟିକା ନେଲେଣି ।

ଆଜି ରାଜ୍ୟରେ ଟିକାକରଣ ନେଇ ମତ ରଖିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସିନାହିଁ । ଡବ୍ଲ୍ୟୁଏଚଓ(ହୁ) ନଜରକୁ ଆସିଛି ଯେ ଦକ୍ଷିଣ ପୂର୍ବ ଓ ଆଫ୍ରିକା ଦେଶରେ ନକଲି କୋଭିସିଲ୍ଡ ଅଛି । ତେଣୁ ଏହି ଘଟଣାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଥିଲେ । ତେଣୁ ସେମାନେ ସବୁ ଦେଶକୁ ସତର୍କ କରିଥିଲେ । ଟିକା ନେବାର ଆଗ୍ରହ ଲୋକଙ୍କ ଭିତରେ ଅଛି ହେଲେ ଟିକା କେନ୍ଦ୍ରରେ ଗହଳି ନ କରି ଠିକ ସମୟରେ ଆସନ୍ତୁ । ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ।

କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ୍ ବ୍ୟବସ୍ଥା ହୋଇଛି । ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ପାର ହୋଇଛି ଗର୍ଭବତୀଙ୍କ ଟିକାକରଣ । କିନ୍ତୁ ଆଶ୍ୱସ୍ତିର ବିଷୟ କୌଣସି ଗର୍ଭବତୀଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ । ସେହିପରି ରାଜ୍ୟରେ ୫୭% ପ୍ରଥମ ଡୋଜ୍ ଟିକାକରଣ ମଧ୍ୟ ସରିଛି । ସେପଟେ ନିପା ଭାଇରସକୁ ନେଇ ସତର୍କ କରାଇଲେ ଡିଏମ୍‌ଇଟ । ଡିଏମ୍‌ଇଟି ସିବିକେ ମହାନ୍ତି କହିଲେ ମଣିଷରୁ ମଣିଷକୁ ବ୍ୟାପୁଛି ଏହି ଭାଇରସ । ହେଲେ ମହାମାରୀର ରୂପ ନେଇନାହିଁ । ତେଣୁ ସଚେତନ ହେବା ଦରକାର । ଏହାକୁ ଭୌଗଳିକ ସ୍ଥିତି ନିୟନ୍ତ୍ରଣ କରୁଛି । କେରଳରୁ ଏହି ଭାଇରସ ବ୍ୟାପୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking