31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକମିବ କୋଭିସିଲ୍ଡ ଦୁଇ ପାନ ଟିକା ବ୍ୟବଧାନ ଅବଧି

କମିବ କୋଭିସିଲ୍ଡ ଦୁଇ ପାନ ଟିକା ବ୍ୟବଧାନ ଅବଧି

ନୂଆଦିଲ୍ଲୀ : କୋଭିସିଲ୍ଡ ଟିକାର ଦୁଇ ପାନ ମଧ୍ୟରେ ରହିଥିବା ସମୟର ଅବଧିକୁ କମ୍ କରିବା ଲାଗି ସରକାର ବିଚାର କରୁଛନ୍ତି। କୋଭିଡ-୧୯ କାର୍ଯ୍ୟକାରୀ ଗୋଷ୍ଠୀର ମୁଖ୍ୟ ଏନକେ ଆରୋରା କହିଛନ୍ତି ଯେ କୋଭିସିଲ୍ଡ ଟିକାର ଦୁଇପାନ ମଧ୍ୟରେ ସମୟ କମ୍ କରାଯିବ। ଏ ସମ୍ପର୍କରେ ଟିକାକରଣ ସମ୍ପର୍କିତ ଜାତୀୟ ବୈଷୟିକ ପରାମର୍ଶଦାତା କମିଟିରେ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ । ତେବେ ୪୫ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବର୍ଗର ଲୋକଙ୍କ ପାଇଁ ଏହି ସମୟ ହ୍ରାସ କରାଯିବ । କୋଭିସିଲ୍ଡର ଦୁଇ ପାନ ଟିକା ମଧ୍ୟରେ ୧୨ରୁ ୧୬ ସପ୍ତାହର ଅନ୍ତର ରଖାଯାଇଛି । ପ୍ରଥମେ ଏହା ୪ରୁ ୬ ସପ୍ତାହ ଥିଲା ପରେ ଏହାକୁ ୪ରୁ ୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ଶେଷରେ ଏହା ୧୨ରୁ ୧୬ ସପ୍ତାହ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking