34.1 C
Bhubaneswar
Friday, March 29, 2024
Homeକରୋନାଏହି ତାରିଖରୁ ଆରମ୍ଭ ହେବ ୧୨-୧୪ ବର୍ଷର ପିଲାଙ୍କ ଟିକାକରଣ

ଏହି ତାରିଖରୁ ଆରମ୍ଭ ହେବ ୧୨-୧୪ ବର୍ଷର ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ : ଭାରତରେ ଟିକାକରଣ ଅଭିଯାନକୁ ପୁରିଲାଣି ବର୍ଷେ । ତେବେ ଚଳିତ ବର୍ଷରୁ ହିଁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ କରାଯାଇଛି । ଜାନୁଆରୀ ୩ ତାରିଖରୁ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ଆଉ ଏବେ ମାର୍ଚ୍ଚ ମାସରୁ ୧୨ ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ ଅଭିଯାନ ଆରମ୍ଭ କରାଯିବ । ଏନେଇ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନର ଚେୟାରମ୍ୟାନ୍ ଡା. ଡି.ଏନ୍ ଅରୋରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫେବୃଆରୀ ଶେଷ ସପ୍ତାହରେ କିମ୍ବା ମାର୍ଚ୍ଚ ଆରମ୍ଭ ରେ ୧୨-୧୫ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଯିବ ।

ଅନ୍ୟପଟେ ୧୫ରୁ ୧୮ ବର୍ଷି ପିଲାଙ୍କ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଜାରି ରହିଛି । ଏଯାବତ୍ ୩.୩୧ କୋଟି ପିଲାଙ୍କ ପ୍ରଥମ ଡୋଜ୍ ଟିକାକରଣ ହୋଇସାରିଲାଣି । କେବଳ ୧୩ ଦିନରେ ୪୫ ପ୍ରତିଶତ ପିଲାଙ୍କର ପ୍ରଥମ ଡୋଜ୍ ଟିକାକରଣ ହୋଇସାରିଛି । ଡା. ଅରୋରା କହିଛନ୍ତି ଯେ, ଦେଶରେ ୧୫ରୁ ୧୭ ବର୍ଷ ବୟସର ୭.୪ କୋଟି ପିଲା ରହିଛନ୍ତି । ତେଣୁ ଆମର ଲକ୍ଷ୍ୟ ରହିଛି ଯେ, ଜାନୁଆରୀ ଶେଷ ସୁଦ୍ଧା ସବୁ ପିଲାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ । ଏହାପରେ ଦ୍ୱିତୀୟ ଡୋଜ୍ ପାଇଁ ଫେବୃଆରୀରୁ ଅଭିଯାନ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking