27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଉତ୍ତରପ୍ରଦେଶ ର ହାଥରସ୍ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା : ଦଳିତ ଭଉଣୀ ମନୀଷାଙ୍କୁ...

ଉତ୍ତରପ୍ରଦେଶ ର ହାଥରସ୍ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା : ଦଳିତ ଭଉଣୀ ମନୀଷାଙ୍କୁ ନ୍ୟାୟ ମିଳୁ- ଦଳିତ ସମାଜ

ବଲାଙ୍ଗିର: ଗତ କାଲି ସନ୍ଧ୍ୟାରେ ବଲାଙ୍ଗିର ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ବଲାଙ୍ଗିର ର ଦଳୀତ ସମାଜ, ବହୁଜନ ସମାଜ ପାର୍ଟି,ଭୀମ ଆର୍ମି,ଏସ ଏସ ଏ ର ସଦଶ୍ୟମାନେ ମିଳିତ ଭାବେ ସ୍ଥାନୀୟ ବାବା ସାହେବ ଆମ୍ବେଦକରଙ୍କ ମୁର୍ତ୍ତୀ ତଳେ ଏକଜୁଟ ହୋଇ ମନୀଷାଙ୍କୁ ନ୍ୟାୟ ମିଳୁ ବୋଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ କାଣ୍ଡେଲ ରାଲି କରିଥୀଲେ । ଗତ ୧୪ ତାରିଖରେ ଉତ୍ତର ପ୍ରଦେଶର ହଥ୍ରସ୍ ଠାରେ ଗଣ ଦୁଷ୍କର୍ମ ଓ ନୃସଂଶ ହତ୍ୟା ମାମଲାର ପିଡିତା ତଥା ଦଲିତ ଝିଅ ମନୀଷା ଭଉଣିଙ୍କୁ ନ୍ୟାୟ ନ ମିଳିଲେ ଦେଶ ବ୍ୟାପି ଆନ୍ଦୋଳନର ଚେତାବନୀ ଦେଇଛି ଦଳିତ ସମାଜ । ଉତ୍ତରପ୍ରଦେସ ର ୟୋଗି ସରକାର ବାରମ୍ବାର ଦଳିତ ମାନଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାରକୁ ଲୁଚାଇ ଆସିବାର ନଜିର ରହିଛି । ଦଳିତ ଝିଅ ମନୀଷାଙ୍କୁ କିଛି ଉଚ୍ଚ ବର୍ଗ୍ୟିୟ ଯୁବକ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ରାଜ୍ୟ ସରକାର ତଥା ପ୍ରଶାସନ ଘଣ୍ଟ ଘୋଡାଇବାର ଜୋର ସୋର ରେ ପ୍ରୟାସ କରୁଥିବା ସ୍ପଷ୍ଟ ଜଣାପଡୁଛି । କିନ୍ତୁ ଦଳିତ ସମାଜ ମନୀଷାଙ୍କୁ ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରଖୀବ ବୋଲି ସମାଜ ତରଫରୁ କୁହାଯାଇଛି ।

ସୁଚନା ଯୋଗ୍ୟ ଯେ, ଗତ ୧୪ ତାରିଖରେ ଉତ୍ତରପ୍ରଦେଶ ର ହାଥରସ ଠାରେ ମନୀଷା ଙ୍କ ଚାରୋଟି ଯୁବକ ଦ୍ୱାରା ଗଣଦୁଷ୍କର୍ମ କରାଯାଇଥିଲ।। ଦୁର୍ଷ୍କମ ପରେ ଘଟଣା ଚପାଇ ଦେବା ପାଇଁ ପିଡିତାଙ୍କ ଜିଭ କାଟି ଦେବା ସହ ତାଙ୍କ ବେକ ଓ ମେରୁଦଣ୍ଡ ଭାଙ୍ଗି ଦିଆ ଯାଇଥିଲ।। ଜିଲ୍ଲା ପ୍ରସାଶନ ପିଡିତାଙ୍କ ଗୁରୁତର ଅବସ୍ଥା ସତ୍ୱେ ସ୍ଥାନିୟ ଚିକିତ୍ସାଲୟରେ ଚିକିତ୍ସା କରାଇଥିଲା । ତାଙ୍କୁ ତୁରନ୍ତ ବଡ ଡାକ୍ତରଖାନାରେ ଚିକିତ୍ସ କରାଇଥିଲେ ବୋଧ ହୁଏ ସେ ବଞ୍ଚି ଯାଇଥାନ୍ତେ । ତେବେ ଗତ ୨୯ ତାରିଖରେ ସେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ମୃତ ଦେହକୁ ବି ନ୍ୟାୟ ମିଳିଲା ନାହିଁ । ପୋଲିସ ପ୍ରଶାସନ ମୃତ ଦେହ ପରିବାର ବର୍ଗଙ୍କୁ ନଦେଇ ରାତି ଅଧରେ ପେଟ୍ରୋଲ ଢାଳି ଯାଳି ଦେଇଥିଲେ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥୀବା ସ୍ପଷ୍ଟ ଜଣାପଡୁଛି । ପରେ ପରେ ବିଭୀନ୍ନ ରାଷ୍ଟ୍ର ସ୍ଥରିୟ ନେତା ତଥା ଗଣ ମାଧ୍ୟମକୁ ମଧ୍ୟ ପିଡିତ ପରିବାର ବର୍ଗଙ୍କୁ ଦେଖା କରିବାକୁ ଦିଆ ଯାଉ ନାହିଁ । କିନ୍ତୁ ୟୋଗୀ ସରକାର ଜାଣୀବା କଥା ଯେ, ଏଭଳି ଭାବେ ଦଳୀତ ନିସ୍ପେଷିତଙ୍କ ସ୍ୱରକୁ ଚାପି ଦିଆ ଯାଇ ପାରିବ ନାହିଁ । ଦଳୀତ ସମାଜ ନିଜ ଝୀଅ ଓ ଭଉଣିର ସମ୍ମାନ ଓ ନ୍ୟାୟ ପାଇଁ ଲଢେଇ ଜାରି ରଖିବ, ଆବଶ୍ୟକ ହେଲେ ସାରା ଦେଶରେ ଆନ୍ଦୋଳନ କରାଯିବ ବୋଲି ସମାଜ ତରଫରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking