38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଉତ୍ତରପ୍ରଦେଶର ଅର୍ଥ ବ୍ୟବସ୍ଥା ଦ୍ୱିତୀୟ ସ୍ଥାନରେ

ଉତ୍ତରପ୍ରଦେଶର ଅର୍ଥ ବ୍ୟବସ୍ଥା ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ : ଗତ ୫ ବର୍ଷରେ ଉତ୍ତର ପ୍ରଦେଶ ଅନେକ ଉପଲବ୍ଧି ହାସଲ କରିଛି। କୋଭିଡ୍‌ ମହାମାରୀ ସତ୍ତ୍ବେ ରାଜ୍ୟ ତାର ପ୍ରଗତି ପଥରେ ଆଗେଇ ଚାଲିଛି। ଗତ ୭୦ ବର୍ଷରେ ଯାହା ହୋଇ ନଥିଲା ତାହା ଗତ ୫ ବର୍ଷରେ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଲକ୍ଷ୍ନୌରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗୀ ତାଙ୍କ ୫ ବର୍ଷର କାର୍ଯ୍ୟ ସଂପର୍କରେ ହିସାବ ଦେଇ ଏହା କହିଛନ୍ତି। ଦେଶରେ ଉତ୍ତର ପ୍ରଦେଶର ଅର୍ଥ ବ୍ୟବସ୍ଥା ଦ୍ବିତୀୟ ସ୍ଥାନରେ ପହଞ୍ଚିଥିବା ସେ ଦାବି କରିଛନ୍ତି।
କରୋନା ସମୟରେ ଗରିବଙ୍କ ମାଗଣା ଖାଦ୍ୟ ପଦାର୍ଥ ଯୋଗାଣ, ୭୦ ପ୍ରତିଶତ ଟିକାକରଣ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ସହିତ ଲୋକଙ୍କ ଆର୍ଥିକ ବିକାଶ ନେଇ ଅନେକ କାର୍ଯ୍ୟ କରାଯାଇଥିବା ସେ କହିଛନ୍ତି। ଆଇନ୍‌ ବ୍ୟବସ୍ଥାକୁ ସୁଧାରିବା ସହିତ, ପୁଲିସ ନିଯୁକ୍ତିକୁ ପରାଦର୍ଶିତା କରାଯାଇଛି। ଏହା ସହିତ ପ୍ରତି ୟୁପିବାସୀ ଯେପରି ରୋଜଗାରରେ ଏକ ନମ୍ବର ହୋଇ ପାରିବେ ସେ ନେଇ କାର୍ଯ୍ୟ କରାଯାଉଥିବା କହିଛନ୍ତି।

ଉତ୍ତର ପ୍ରଦେଶର ବାର୍ଷିକ ବଜେଟ୍‌ ୬ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ଗଣମାଧ୍ୟମକୁ କହିଛନ୍ତି। ଏହା ବ୍ୟତୀତ ପୁଲିସ ଭର୍ତ୍ତି ନିଯୁକ୍ତିରେ ସ୍ବଚ୍ଛତା ଅଣାଯାଇଛି। ଗତ ୫ ବର୍ଷରେ ଦେଢ଼ଲକ୍ଷ ପୁଲିସ ବିଭାଗରେ ନିଯୁକ୍ତି ଦିଆଯାଇଛି। ଉତ୍ତର ପ୍ରଦେଶକୁ ସବୁ କ୍ଷେତ୍ରରେ ୧ ନମ୍ବର କରାଇବାରେ ତାଙ୍କ ସରକକାର ପ୍ରତିବଦ୍ଧ ବୋଲି ଯୋଗୀ ଆଦିତ୍ୟନାଥ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking