ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୫ ସହର(ଲକ୍ଷନଉ, ବାରଣାସୀ, କାନପୁରନଗର, ପ୍ରୟାଗରାଜ ଓ ଗୋରଖପୁର)ରେ ଲକଡାଉନ ଲାଗିବନି । ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିପକ୍ଷରେ ୟୁପୀ ସରକାର ଆଜି ସୁପ୍ରିମକକୋର୍ଟ ପହଂଚିଥିଲେ । ୟୁପି ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ, ଆମେ କରୋନା ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନେଇଛୁ । ଆଉ କିଛି ନେବାର ଅଛି । ହେଲେ ଲକ ଡାଉନ ଏହାର ବିକଳ୍ପ ନୁହେଁ ।
ୟୁପି ସରକାର କହିଛନ୍ତି ପ୍ରଦେଶରେ କରୋନା ଜନିତ ମାମଲା ବୃଦ୍ଧି ପାଉଛି । କରୋନା ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ସରକାର ଅନେକ ପ୍ରକାର ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନେବେ । ଜୀବନ ବଂଚାଇବା ସହ ଗରିବଙ୍କ ଜୀବିକାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ । ଏମିତିରେ ସହରରେ ସଂପୂର୍ଣ୍ଣ ଭାବରେ ଲକଡାଉନ ଏବେ ଲାଗିବ ନାହିଁ ।
କରୋନା ମହାମାରୀ ବୃଦ୍ଧି କାରଣରୁ ଆହ୍ଲାବାଦ ହାଇକୋର୍ଟ ୟୁପିର ୫ଟି ସହରରେ ଲକଡାଉନ ଲଗାଇବାକୁ ଆଦେଶ ଦେଇଥିଲେ । ହାଇକୋର୍ଟ ବାରଣାସୀ, କାନପୁର ନଗର, ଗୋରଖପୁର, ଲକ୍ଷନଉ ଓ ପ୍ରୟାଗରାଜରେ ୨୬ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ ଲଗାଇବାକୁ ଆଦେଶ ଜାରି କରିଥିଲେ ।

LEAVE A REPLY

Please enter your comment!
Please enter your name here