33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଲକ୍ଷ୍ନୌରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ୍‌

ଲକ୍ଷ୍ନୌରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ୍‌

ଲକ୍ଷ୍ନୌ: ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା । ସେମାନଙ୍କୁ ଅଲ କାଏଦା ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ମଧ୍ୟ କୁହାଯାଉଛି । ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ ଏଟିଏସ୍‌ର ଅପରେସନ୍ ବେଳେ ଧରା ପଡ଼ିଛନ୍ତି ଏହି ଦୁଇ ଆତଙ୍କବାଦୀ । ୟୁପି ପୋଲିସର ଅତିରିକ୍ତ ଡିଜିଙ୍କ ସୂଚନା ଅନୁସାରେ ଲକ୍ଷ୍ନୌ ସହରର କାକୋରୀ ଅଞ୍ଚଳରେ ଏହି ଦୁଇ ଆତଙ୍କବାଦୀ ଲୁଚି ରହିଥିଲେ । ଏହାସହ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଯୋଜନା କରୁଥିଲେ ବୋଲି ସୂଚନା ରହିଛି । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଗିରଫ ଦୁଇ ଆତଙ୍କୀ ହେଲେ ମିନହାଜ୍ ଅହମ୍ମଦ ଓ ମସିରୁଦ୍ଦିନ । ଉଭୟ ଅଲକାଏଦା ଲିଙ୍କ୍ ଦ୍ୱାରା ପରିଚାଳିତ ଅନସାର ଘଜଓ୍ୱାତ ଉଲ ହିନ୍ଦ ସଂଗଠନର ବୋଲି ଜଣାପଡ଼ିଛି । ଏମାନଙ୍କ ଗିରଫଦାରୀ ଫଳରେ ଲକ୍ଷ୍ନୌରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରାଯାଇ ପାରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking