27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଉତ୍କଳ ସମାଜ ଫାଉଣ୍ଡେସନ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଉତ୍କଳ ସମାଜ ଫାଉଣ୍ଡେସନ

ଯାଜପୁର: ଅସହାୟ ମଣିଷକୁ ସହାୟତାର ହାତ ବଢାଉଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଙ୍ଗାଲୋରରେ ଗଢିଉଠିଥିବା ସଂଗଠନ ଉତକଳ ସମାଜ ଫାଉଣ୍ଡେସନ ପକ୍ଷରୁ ଆଜି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ବନ୍ୟା ବିପନ୍ନ ମାନଙ୍କୁ ସହାୟତାର ହାତ ବଢ଼ାଇ ଥିବାର ଦେଖିବାକୁ ମିଳିଛି । ସମଗ୍ର ଓଡ଼ିଶାର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହେଉଛି ଯାଜପୁର ଜିଲ୍ଲାର ବରୀ ବ୍ଲକ। ଏହି ବ୍ଲକର ଅଶି ଭାଗ ଲୋକ ବନ୍ୟା ପ୍ରଭାବିତ। ପ୍ରଶାସନ ନିଜର ସାମଥ୍ୟ ଲଗାଇ ଥିବା ବେଳେ କିଛି ସାମାଜିକ ଅନୁଷ୍ଠାନ ମଧ୍ୟ ଯୋର ଲଗାଇ ଥିବାର ଦେଖିବାକୁ ମିଳିଛି। ସେମିତି ଏକ ଅନୁଷ୍ଠାନ ହେଉଛି ଉତ୍କଳ ସମାଜ ଫାଉଣ୍ଡେସନ (ବ୍ୟାଙ୍ଗଲୋର)ଫାଉଣ୍ଡର ସଭାପତି ଦତ୍ତହରି ମାଝି, ଦିପ୍ତିମନ୍ତ ଜେନା, ଶ୍ରୀକାନ୍ତ ବାରିକ, ଅକ୍ଷୟ ସାହୁଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ଶାଖା ପକ୍ଷରୁ ବରୀ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମରେ ପହଞ୍ଚି ବନ୍ୟାଞ୍ଚଳ ଭିତରେ ପଶି ପିଡିତା ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା ,ବିସ୍କୁଟ, ପାଉଁରୁଟି, କ୍ୟାଣ୍ଡେଲ, ଦିଆସିଲି, ମଶାଧୂପ, ଚିନି ଆଦି ପହଞ୍ଚାଇଥିଲେ। ଏହି କାର୍ଯ୍ୟକ୍ରମ କୁ ଓଡିଶା ଶାଖା ତରଫରୁ ରଶ୍ମିତା ଜେନାମହାପାତ୍ର, ସୁଜିତ କୁମାର ସୁବୁଦ୍ଧି, ରବିନାରାୟଣ ଦାସ, ବିଦ୍ୟାସାଗର ବେହେରା, ଶ୍ରୀକାନ୍ତ ବାରିକ, ଆଶିଷ ବାରିକ ପ୍ରାଣବନ୍ଧୁ ଦ୍ବିବେଦୀ, ଅକ୍ଷୟ ସାହୁ, ପ୍ରିତି ସାଗର ସାହୁ, ରମାକାନ୍ତ ସାହୁ, ଅନନ୍ତ କିଶୋର ସ୍ବାଇଁ ଆଦି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking