34.1 C
Bhubaneswar
Thursday, March 28, 2024
Homeଓଡିଶାଅଗଷ୍ଟ ୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ୟୁଜି ପରୀକ୍ଷା

ଅଗଷ୍ଟ ୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ୟୁଜି ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଯୁକ୍ତ ୩ ମହାବିଦ୍ୟାଳୟ ଗୁଡ଼ିକର ୟୁଜି (ସ୍ନାତକ) ଶେଷ ବର୍ଷ ତଥା ୬ଷ୍ଠ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଗଷ୍ଟ ୯ରୁ ଆରମ୍ଭ ହୋଇ ୧୨ରେ ଶେଷ ହେବ । ପ୍ରତିଦିନ ଏକାଧିକ ବିଷୟର ପରୀକ୍ଷା ହେବ । ପରୀକ୍ଷାର ଅବଧି ଦୁଇଘଣ୍ଟା ରଖାଯାଇଛି । ଅନ୍‌ଲାଇନ୍‌ରେ ହେବାକୁ ଥିବା ଏହି ପରୀକ୍ଷାର ସୁପରିଚାଳନା ଓ ତଦାରଖ ଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କହିଛନ୍ତି । ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କଲେଜଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । କଲେଜ କର୍ତୃପକ୍ଷ ତାହାକୁ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବେ । ନ ହେଲେ ପରୀକ୍ଷାର ୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ଙ୍ଗଙ୍ଗଙ୍ଗ.ଙ୍କଙ୍କରଜ୍ଞଗ୍ଦ.ସଦ୍ଭ ପୋର୍ଟାଲରେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପ୍ରଶ୍ନପତ୍ର ଡାଉନ୍‌ଲୋଡ କରିପାରିବେ । ପରୀକ୍ଷା ସରିବାର ୩୦ମିନିଟ୍ ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତାଗୁଡ଼ିକର ଫଟୋ ଉଠାଇ ତାହାର ପିଡିଏଫ୍ ଫାଇଲ୍ ପ୍ରସ୍ତୁତ କରି ସମ୍ପୃକ୍ତ କଲେଜର ଶିକ୍ଷକ ତଥା ବିଭାଗକୁ ଇ-ମେଲ୍‌/ହ୍ୱାଟ୍‌ସଆପ୍‌/ଗୁଗଲ୍ ଫର୍ମରେ ପଠାଇବେ । ପ୍ରଶ୍ନପତ୍ର କିମ୍ବା ଅନ୍ୟ କୌଣସି ପ୍ରକାର ତ୍ରୁଟି ଥିଲେ, କଲେଜ କର୍ତୃପକ୍ଷ ତୁରନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବା ଆବଶ୍ୟକ । ନ ହେଲେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ । ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ କଲେଜଗୁଡ଼ିକ ଉତ୍ତର ଖାତାର ସଫ୍ଟ କପି ଗୁଡ଼ିକ ନିଜ ପାଖରେ ରଖିବେ । ଜୁଲାଇ ୩୧ ସୁଦ୍ଧା କଲେଜଗୁଡ଼ିକ ଇଣ୍ଟରନାଲ ଆସେସ୍‌ମେଣ୍ଟ, ପ୍ରୋଜେକ୍ଟ ପେପର ମାର୍କ ଅନ୍‌ଲାଇନ୍‌ରେ ଦାଖଲ କରିବାକୁ ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking