31.1 C
Bhubaneswar
Friday, March 29, 2024
Homeଓଡିଶାଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ

  • ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ୩ ଏପ୍ରିଲ୍‍ ୨୦୨୧ରେ ଅନୁଷ୍ଠିତ ହେବ । ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡୁ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଅଧ୍ୟକ୍ଷତା କରିବେ । କୃଷି ଓ କୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବାଣୀବିହାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
    କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ୩ ଏପ୍ରିଲ୍‍ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ୫୦ତମ ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ । ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ(ଆର୍‍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍‍ ଅଫ୍‍ ଇଣ୍ଡିଆ(ସିଏଜି) ଗିରୀଶଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ସଞ୍ଜୁ ପଣ୍ଡ, ଭାଭା ଆଟୋମିକ୍‍ ରିସର୍ଚ୍ଚ ସେଌକ୍ଷଗ୍ଧ;ର(ବାର୍କ)ର ନିର୍ଦେଶକ ଅଜିତ୍‍ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପାଇଁ ମନୋନୟନ ହୋଇଥିବା ସମସ୍ତ ବ୍ୟକ୍ତି ଏପ୍ରିଲ୍‍ ୩ରେ ଆସି ଡକ୍ଟରେଟ୍‍ ଡିଗ୍ରୀ ଉପାଧି ଗ୍ରହଣ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

  • ୩ ଏପ୍ରିଲ୍‍ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମୋଟ ୪୧ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ଏବଂ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । କୋଭିଡ୍‍ କଟକଣା ଯୋଗୁ ଉତ୍କଳ ବିଶ୍ୱବିଦ୍ୟାଳୟ ଗତବର୍ଷ ସମାବର୍ତ୍ତନ ଉତ୍ସବ ଆୟେଜନ କରିପାରି ନଥିଲା । ସେଥିପାଇଁ ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ ଆୟେଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୧୩୦ଜଣଙ୍କୁ ପିଏଚ୍‍ଡି/ଡିଲିଟ୍‍ ଡିଗ୍ରୀ ଏବଂ ୯୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ନାଇଜର)ର ନିର୍ଦେଶକ ଡ.ସୁଧାକର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ(ଏପ୍ରିଲ୍‍ ୧ ଓ ଏପ୍ରିଲ୍‍ ୩) ବିଶ୍ୱବିଦ୍ୟାଳୟ ନୂଆ ସମାବର୍ତ୍ତନ ପ୍ରେକ୍ଷାଳୟ(କନ୍‍ଭୋକେସନ୍‍ ହଲ୍‍)ରେ ଅନୁଷ୍ଠିତ ହେବ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‍ ନିୟମାବଳୀ ଏହି ସମାରୋହରେ କଡ଼ାକଡ଼ି ଭାବେ ପାଳନ କରାଯିବ । ସମାବର୍ତ୍ତନ ପ୍ରେକ୍ଷାଳୟରେ ସର୍ବାଧିକ ୫୦୦ଜଣଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯିବାକୁ ସ୍ଥିର ହୋଇଛି । ସମସ୍ତ ଅଧ୍ୟାପକ,
    ଅଧ୍ୟାପିକା ଓ କର୍ମଚାରୀ ସମେତ ଛାତ୍ରଛାତ୍ରୀ ଯେଉଁମାନେ ମଞ୍ଚର ନିକଟବର୍ତ୍ତୀ ରହିବେ ସେମାନଙ୍କର ଆର୍‍ଟିପିସିଆର୍‍ ପରୀକ୍ଷା କରାଯିବ ଏବଂ ଅନ୍ୟ ସମସ୍ତଙ୍କ ପାଇଁ ରାପିଡ୍‍ ଆଌକ୍ଷଗ୍ଧ;ିଜେନ୍‍ ଟେଷ୍ଟ କରାଯିବ । ଯେଉଁମାନଙ୍କର କୋଭିଡ୍‍ ରିପୋର୍ଟ ନେଗେଟିଭ୍‍ ଆସିବ କେବଳ ସେମାନଙ୍କୁ ହିଁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
    ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି କାଉନ୍‍ସିଲ୍‍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସଂଯୋଜକ ତଥା ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଓ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।
    ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରାଚୀନତମ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶ।।ର ଗର୍ବ ଓ ଗୌରବ । ନିକଟକରେ ଏହା ଏନ୍‍ଆଇଆର୍‍ଏଫ୍‍ ର‌୍ୟାଙ୍କିଂରେ ୯୬ତମ ସ୍ଥାନ ପାଇଛି । ଶିକ୍ଷାର ସୁବ୍ୟବସ୍ଥା, ଅଧ୍ୟୟନର ଅନୁକୂଳ ପରିବେଶ, ଉଚ୍ଚତର ଗବେଷଣା ଲାଗି ଉପଯୁକ୍ତ କ୍ଷେତ୍ର ଅନୁଧ୍ୟାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍‍ ଏ+ ମାନ୍ୟତା ମିଳିଛି । ଓଡ଼ିଶାରେ ନାକ୍‍ ଏ+ ମାନ୍ୟତା ପାଇବାରେ ଉତ୍କଳ ପ୍ରଥମ ବିଶ୍ୱବିଦ୍ୟାଳୟ ହୋଇଥିବାବେଳେ ଦେଶରେ ଷ୍ଟେଟ୍‍ ପବ୍ଲିକ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking