29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଫୋନ କଲ ଉଠାଇ ହାଲୋ ନୁହେଁ ବରଂ ବନ୍ଦେ ମାତରମ୍ କହିବା ପାଇଁ ନିର୍ଦ୍ଦେଶ ଜାରି

ଫୋନ କଲ ଉଠାଇ ହାଲୋ ନୁହେଁ ବରଂ ବନ୍ଦେ ମାତରମ୍ କହିବା ପାଇଁ ନିର୍ଦ୍ଦେଶ ଜାରି

ମୁମ୍ବାଇ: ଏଥର ହାଲୋ ନୁହେଁ ବନ୍ଦେ ମାତରମ୍ । ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ ପରେ ଗତକାଲି ବିଭାଗ ବଣ୍ଟନ କରାଯାଇଛି । ଆଉ ଏହା ସହିତ ଆସିଛି ଏକ ନୂଆ ନିର୍ଦ୍ଦେଶ । ଆଉ ଫୋନ କଲ ଉଠାଇ ହାଲୋ ନୁହେଁ ବରଂ ବନ୍ଦେ ମାତରମ୍ କହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଫୋନ କଲ ଆସିବା ପରେ ହାଲୋ ପରିବର୍ତ୍ତେ ବନ୍ଦେ ମାତରମ କହିବାକୁ କୁହାଯାଇଛି । ଏହା ପାଇଁ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି । ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମନଗଣ୍ଟିୱାର ଏହି ଘୋଷଣା କରିଛନ୍ତି।
ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମନଗଣ୍ଟିୱାର କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ଅଧିକାରୀଙ୍କୁ ହାଲୋ ନ କହି ବନ୍ଦେ ମାତରମ କହିବାକୁ କହିଛନ୍ତି । ଏହା ସହିତ ସେ ସମସ୍ତ ଅଧିକାରୀ ମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି ।ଅଗଷ୍ଟ ୧୮ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଦେଶ ବର୍ତ୍ତମାନ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏବଂ ବର୍ତ୍ତମାନ ସମୟରେ ଏହି ନିଷ୍ପତ୍ତି ଦେଶପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking