27.1 C
Bhubaneswar
Friday, March 29, 2024
Homeଜୀବନଶୈଳୀରୋଷେଇ ଛଡା ଆଉ କେଉଁଥିରେ ବ୍ୟବହାର କରାଯାଏ ହଳଦୀ

ରୋଷେଇ ଛଡା ଆଉ କେଉଁଥିରେ ବ୍ୟବହାର କରାଯାଏ ହଳଦୀ

ଭୁବନେଶ୍ୱର: ହଳଦୀ ରୋଷେଇର ହେଉଛି ଏକ ମୁଖ୍ୟ ଉପାଦାନ । ହଳଦି ବିନା ରୋଷେଇ ସମ୍ଭବ ନୁହେଁ । ସ୍ୱାଦ ବଢାଇବା ସହ ଖାଦ୍ୟରେ ରଂଗ ଆଣିଥାଏ ହଳଦୀ । ହେଲେ ହଳଦୀରେ ଅନେକ ପ୍ରକାର ଓଷଧୀୟ ଗୁଣ ରହିଛି । ଆପଣ ଜାଣିଛନ୍ତି କି । ବିଶେଷ ଭାବରେ ମଧୁମେହ ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ କାମ କରିଥାଏ । ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ।

ଅନେକ ରୋଗର ଉପଶମ ହଳଦୀ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାଠାରୁ ଆରମ୍ଭ କରି ଖାଦ୍ୟର ରୁଚି ବଢ଼ାଇବା ପର୍ଯ୍ୟନ୍ତ ସମସ୍ତ ଗୁଣର ଅଧିକାରୀ ହେଉଛି ହଳଦୀ। ଏଣୁ ଭାରତୀୟ ଖାଦ୍ୟ ପ୍ରଣାଳୀରେ କାହିଁ ଆବାହମାନ କାଳରୁ ହଳଦୀର ବ୍ୟବହାର ରହିଆସିଛି। ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ। ଖାଦ୍ୟରେ ଅଧିକ ହଳଦୀ ସାମିଲ କରିବା ଦ୍ୱାରା ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking