32.1 C
Bhubaneswar
Thursday, March 28, 2024
Homeକରୋନାଆମେରିକାରେ ତାଣ୍ଡବ ରଚିଲା ଓମିକ୍ରନ : ୨୪ଘଣ୍ଟାରେ ୧୧ଲକ୍ଷ ଆକ୍ରାନ୍ତ ଚିହ୍ନଟ

ଆମେରିକାରେ ତାଣ୍ଡବ ରଚିଲା ଓମିକ୍ରନ : ୨୪ଘଣ୍ଟାରେ ୧୧ଲକ୍ଷ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ସବୁ ରେକର୍ଡ ଭାଙ୍ଗିଲା ଆମେରିକା। ଡେଲଟା ପରେ ଏବେ ଓମିକ୍ରନ ମଧ୍ୟ ଆମେରିକାରେ ଅଧିକ ପ୍ରଭାବ ପକାଇଥିବା ଜଣାପଡ଼ିଛି। ଓମିକ୍ରନ ଅଧିକ ସଂକ୍ରାମକ ବୋଲିି ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ତାହା ଆମେରିକାରେ ପ୍ରମାଣ ହୋଇଛି। ଗତ ୨୪ଘଣ୍ଟାରେ ଆମେରିକାରେ ୧୧ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ପୂର୍ବ ସବୁ ରେକର୍ଡ ଭାଙ୍ଗିଛି। ଏହା ପୂର୍ବରୁ ୨୪ଘଣ୍ଟାରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ।ଓମିକ୍ରନ୍ ଭାରିଆଣ୍ଟ କମ୍ ଗୁରୁତର ବୋଲି କୁହାଯାଉଥିଲେ ବି ଆମେରିକାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଓମିକ୍ରନ ଆକ୍ରାନ୍ତ ହୋଇ ଆମେରିକାର ଡାକ୍ତରଖାନାରେ ହଜାର ହଜାର ଲେ‌ାକେ ଭର୍ତ୍ତି ହେବାରେ ଲାଗିଛନ୍ତି। ତିନି ସପ୍ତାହ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ୍ -୧୯ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।

କୋଭିଡ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟାରେ ବୃଦ୍ଧି ଏବଂ କର୍ମଚାରୀଙ୍କ ଅଭାବ ପାଇଁ ଯୁକ୍ତରାଷ୍ଟ୍ରର ଅନେକ ଡାକ୍ତରଖାନାରେ ଜରୁରୀ ନଥିବା ଅସ୍ତ୍ରୋପଚାରକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି। କେବଳ ଆମେରିକା ନୁହେଁ ବ୍ରିଟେନ, ଫ୍ରାନ୍ସ ଏବଂ ଇଂଲଣ୍ଡ ଭଳି ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିଭଳି ଭାରତରେ ମଧ୍ୟ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି।

୫ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଓମିକ୍ରନ ପାଇଁ ୨ଲକ୍ଷ ଛୁଇଁବାକୁ ବସିଲାଣି। ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୮,୦୬୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୭୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର କମ ରହିଛି। ଗତକାଲି ସଂକ୍ରମଣ ହାର ୧୨.୬% ଥିବା ବେଳେ ଆଜି ୧୦.୬୪% ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking