ଭୁବନେଶ୍ୱର: ରାଜ୍ୟରେ ମାଗଣାରେ ଯୁବପିଢ଼ିମାନେ ପାଇପାରିବେ ୟୁପିଏସି କୋଚିଂ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ୟୁପିଏସି କୋଚିଂ ଦିଆଯିବ । ଏନେଇ ମାର୍ଚ୍ଚ ୨୬ରେ ହେବ ପ୍ରବେଶିକା ପରୀକ୍ଷା । ଏହି ପରୀକ୍ଷା ମାଧ୍ୟମରେ ମୋଟ ୨୦୦ ଜଣଙ୍କୁ ଚୟନ କରାଯାଇ ମାଗଣା କୋଚିଂ ଦିଆଯିବ । ପ୍ରବେଶିକା ପରୀକ୍ଷା ଆବେଦନ ପାଇଁ ୧୦୦ ଟଙ୍କା ଫିସ୍ ରହିଥିବା ବେଳେ ପଞ୍ଜିକରଣ ଆରମ୍ଭ ହୋଇଛି । ମାର୍ଚ୍ଚ ୪ ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ ଆଶାୟୀ । ଆବେଦନ ପରେ ମାର୍ଚ୍ଚ ୧୬ ତାରିଖରୁ ଆଡମିଟ କାର୍ଡ ଉପଲବ୍ଧ ହେବ । ଏହାପରେ ମାର୍ଚ୍ଚ ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ଦେବେ ଆବେଦନ କରିଥିବା ଛାତ୍ରଛାତ୍ରୀ ।