ଭୁବନେଶ୍ୱରରୁ ପୁଣି ବାହାରିଲେ ୩୦୯ ପଜିଟିଭ୍

corona

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ୩୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୭ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି । ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୨୪ ହଜାର ୫୩୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାର ୮୮୮ ଜଣ ସୁସ୍ଥ ହୋଇଛନ୍ତି । ୧୦୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୫୧୯ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି । ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ।

ସେମାନଙ୍କ ମଧ୍ୟରେ ବରମୁଣ୍ଡାରୁ ୩ ଜଣ, ପଟିଆରୁ ୫ ଜଣ, ଶୈଳଶ୍ରୀ ବିହାର, ମଞ୍ଚେଶ୍ୱର, ନିଳାଦ୍ରୀ ବିହାରରୁ ୨ ଜଣ ଲେଖାଏଁ, ବଡ଼ଗଡ଼, ଟଙ୍କପାଣି, ରସୁଲଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୨୨୬ ଜଣଙ୍କ ମଧ୍ୟରେ ନୟାପଲ୍ଲୀରୁ ୨୧ ଜଣ, ପଟିଆରୁ ୧୦ ଜଣ,ଚନ୍ଦ୍ରଶେଖରପୁରରୁ ୫ ଜଣ, ରସୁଲଗଡ଼ରୁ ୮ ଜଣ ଲେଖାଏଁ, ଖଣ୍ଡଗିରିରୁ ୩ ଜଣ,ଲକ୍ଷ୍ମୀସାଗର, ସହିଦନଗରରୁ ୪ ଜଣ ଲେଖାଏଁ,ଟଙ୍କପାଣି ରୋଡରୁ ୨ଜଣ ଓ ପଳାଶୁଣୀ, ୟୁନିଟ-୯, ସତ୍ଯ ନଗରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here