26.7 C
Bhubaneswar
Friday, April 19, 2024
Homeଅପରାଧଚେକଅପ୍ ପାଇଁ କ୍ଲିନିକ ଯାଇଥିଲେ ଯୁବତୀ, ଆଉ ଡାକ୍ତର କଲେ..

ଚେକଅପ୍ ପାଇଁ କ୍ଲିନିକ ଯାଇଥିଲେ ଯୁବତୀ, ଆଉ ଡାକ୍ତର କଲେ..

ନୂଆଦିଲ୍ଲୀ: ଚେକ ଅପ ପାଇଁ କ୍ଲିନିକ ଯାଇଥିବା ବେଳେ ସେଠାରେ ଦୁଇ ଡାକ୍ତରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୨୫ ବର୍ଷୀୟ ଯୁବତୀ । ଶୁକ୍ରବାର ଦିନ ଏହି ଘଟଣାଟି ଘଟିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ଲିନିକର ମାଲିକ ଅଶୋକ କୁମାର ଏବଂ ଅଖିଳ ନାମକ ଦୁଇ ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ତେବେ ସେମାନେ ବର୍ତମାନ ସମୟରେ ଫେରାର ଥିବା ଷ୍ଟେସନ ହାଉସ ଅଫିସର ଏଚ ଏସ ସିଂ ସୂଚନା ପ୍ରଦାନ କରିଛନ୍ତି । ପୀଡିତା ଯୁବତୀଙ୍କ ପରିବାର କରିଥିବା ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ନିଜ ମା ଓ ଭାଇଙ୍କ ସହ ଶୁକ୍ରବାର ଚେକ ଅପ ପାଇଁ ଉକ୍ତ କ୍ଲିନିକ ଯାଇଥିଲେ ।
ପରେ ଚେକ ଅପ କରିବା ସମୟରେ ଦୁଇ ଡାକ୍ତର ଯୁବତୀଙ୍କୁ ଦୁଷ୍କର୍ମ କରିଥଲେ । ଅନ୍ୟପଟେ ତାଙ୍କ ମା ଓ ଭାଇ ବାହାରେ ଅପେକ୍ଷା କରିଥିଲେ । ଘରେ ପହଂଚିବା ପରେ ଯୁବତୀ ଜଣକ ଏହି ଘଟଣା ବିଷୟରେ ତାଙ୍କ ପରିବାରକୁ ଜଣାଇଥିଲେ । ଏହି ଘଟଣା ଜାଣିବା ପରେ ପୀଡିତାଙ୍କ ପରିବାର କ୍ଲିନିକ ଯାଇ ସେମାନଙ୍କୁ ପିଟିଥିଲେ । ଆଉ ପରବର୍ତୀ ସମୟରେ ସେହି ଦୁଇ ଅଭିଯୁକ୍ତ ଡାକ୍ତରଙ୍କ ବିଷୟରେ ଥାନାରେ ଏତଲା ଦେଇଥିଲେ ବୋଲି ପୋଲିସ କହିଛି । ଏବେ ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ପଠାଯାଇଥିବା ବେଳେ ଅଭିଯୁକ୍ତ ଡାକ୍ତରଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking