27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୯ ବସ୍ ଯାତ୍ରୀଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୯ ବସ୍ ଯାତ୍ରୀଙ୍କ ଜୀବନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରବଙ୍କୀ ଠାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଦିଲ୍ଲୀରୁ ବହରାଇଚ୍ ଅଭିମୁଖେ ଯାଉଥିବା ଏକ ବସ୍ କୁ ଗୋଟିଏ ଟ୍ରକ୍ ଧକ୍କା ହୋଇଯାଇଛି । ଫଳରେ ୯ଜଣ ବସ୍ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଘଟଣାରେ ୨୭ ଜଣ ଯାତ୍ରୀ ଗମ୍ଭୀର ଭାବରେ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟର୍ ରେଫର୍ କରାଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର ୫ଟା ୩୦ ମିନିଟ୍ ରେ ଦିଲ୍ଲୀରୁ ବହରାଇଚ୍ ଯାଉଥିବା ଟୁରିଷ୍ଟ ବସ୍ ସହିତ ବିପରୀତ ପଟରୁ ଆସୁଥିବା ଏକ ଟ୍ରକ୍ ସହିତ ଖୁବ୍ ଜୋରରେ ଧକ୍କା ହୋଇଥିଲା । ଟ୍ରକ୍ ଟି ଗାଡ଼ି ଉପରୁ ନିଜ ନିୟନ୍ତ୍ରଣ ହରାଇ ଧକ୍କା କରିଥିବା ଜଣାପଡ଼ିଛି । ଧକ୍କା ଏତେ ଜୋରରେ ହୋଇଥିଲା ଯେ, ଦୁଇଟି ଯାକ ଗାଡ଼ିର ଗ୍ଲାସ୍ ସବୁ ଭାଙ୍ଗିଯାଇଥିଲା । ଦୁର୍ଘଟଣା ଖବର ପାଇ ପୋଲିସ୍ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବସ୍ ଓ ଟ୍ରକ୍ କୁ କଟାଯାଇ ଆହତଙ୍କୁ ବାହାର କରାଯାଇଥିଲା । ସମସ୍ତଙ୍କ ଆହତଙ୍କୁ ଜିଲ୍ଳା ହସ୍ପିଟାଲକୁ ପଠାଇଦିଆଯାଇଛି । ସେଥିମଧ୍ୟରୁ ୯ ଜଣଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking