33.1 C
Bhubaneswar
Wednesday, April 24, 2024
Homeଓଡିଶାସଂସ୍କୃତି ବିଭାଗର ଅଦଭୁତ ନୀୟମ : ଲଳିତକଳା ଏକାଡେମୀ ସଭାପତି ପଦବୀ ଲାଗି ବୟସ ସୀମା...

ସଂସ୍କୃତି ବିଭାଗର ଅଦଭୁତ ନୀୟମ : ଲଳିତକଳା ଏକାଡେମୀ ସଭାପତି ପଦବୀ ଲାଗି ବୟସ ସୀମା ୧୮ବର୍ଷ

ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ବିଭାଗର ଅଦ୍‌ଭୁଦ ନିୟମକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । କଳା, ସଂସ୍କୃ୍‌ତି ବିକାଶ ତଥା ପ୍ରଚାର ପ୍ରସାର ଏବଂ କଳାକାରଙ୍କ ବିକାଶ ଲାଗି ୬୦ବର୍ଷ ପୂର୍ବରୁ ଗଢ଼ି ଉଠିଥିବା ଲଳିତକଳା ଏକାଡେମୀ ଆଜି ନିଜ ପଥରୁ କକ୍ଷଚ୍ୟୁତ ହୋଇଯାଇଛି । ଏକାଡେମୀରେ ଅନେକ ସମସ୍ୟା ଲାଗିରହିଥିବା ବେଳେ କିଛି ନିର୍ଦ୍ଦଷ୍ଟ ବ୍ୟକ୍ତିଙ୍କୁ ସୁହାଇଲା ଭଳି ନିୟମ ଏଠାରେ କାର୍ଯ୍ୟକାରୀ ହେଉଛି ବୋଲି ଅନେକ ଶିଳ୍ପୀ ଅଭିଯୋଗ କରିଛନ୍ତି । ଏପରିକି ଏକାଡେମୀରେ ସଭାପତି ପଦବୀ ଲାଗି ଏକାଡେମୀକ ଶିକ୍ଷାଗତ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ କିପରି ଦାୟିତ୍ୱ ଭାର ଦିଆଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ଓଡ଼ିଶାର ପ୍ରଥମ ମହିଳା ଭାସ୍କର୍ଯ୍ୟଶିଳ୍ପୀ କବିତା ମହାନ୍ତି ଅଭିଯୋଗ କରିଛନ୍ତି । ଏପରିକି ଏଠାରେ ଉପୁଜିଥିବା ବିବାଦ କାଠଗଡାକୁ ଯିବା ପରେ ଲଲିତ କଳା ଏକାଡେମୀ ସଭାପତି ନିଯୁକ୍ତି ମାମାଲାରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସର୍ଚ୍ଚ କମିଟିର ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରାଯାଇଛି ।

ଶିଳ୍ପୀ କବିତାଙ୍କ ଅଭିଯୋଗ ଅନୁଯାୟୀ, ଓଡ଼ିଶା ଲଳିତକଳା ଏକାଡେମୀ ସଭାପତି ପଦ ନିଯୁକ୍ତିରେ ବ୍ୟାପକ ଅନୀୟମିତତା ଘଟିଛି । ୧୪ବର୍ଷ ହେବ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଏକାଡେମୀରେ ବିଭିନ୍ନ ପଦପଦବୀରେ ଥଇଥାନ କରାଯାଉଥିବା ବେଳେ ଅନ୍ୟ ଶିଳ୍ପୀଙ୍କୁ ଅଣଦେଖା କରାଯାଉଛି । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥଇଥାନ କରିବା ଲାଗି ସଂସ୍କୃତି ବିଭାଗ ପକ୍ଷରୁ ସବୁ ନିତୀ ନିୟମକୁ ଜଳାଞ୍ଜଳି ମଧ୍ୟ ଦିଆଯାଇଛି। ୨୦୨୦ ଅକ୍ଟୋବରରେ ସଭାପତି, ଉପସଭାପତି, ସମ୍ପାଦକ ନିଯୁକ୍ତି ଲାଗି ଯୋଗ୍ୟ ବ୍ୟକ୍ତିଙ୍କଠାରୁ ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ସଭାପତି ଏବଂ ଉପସଭାପତିଙ୍କ ବୟସସୀମା ୬୦ରୁ ୮୦ ଓ ସମ୍ପାଦକଙ୍କ ୪୫ରୁ ୬୫ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ମାତ୍ର ବିଜ୍ଞପ୍ତି ପ୍ରକାଶର ୨/୩ଦିନ ପରେ ଅଚାନକ ସେହି ବିଜ୍ଞପ୍ତିକୁ ପରିବର୍ତ୍ତନ କରାଯାଇ ବୟସସୀମାକୁ ୧୮ରୁ ୮୦ବର୍ଷ ରଖାଯାଇଥିଲା । ଯାହା ହାସ୍ୟସ୍ପଦ ବୋଲି କଳାକାରଙ୍କ ମହଲରେ ଚର୍ଚ୍ଚା ହେଉଛି ।

କାରଣ ୧୮ବର୍ଷ ପିଲାର ଅଭିଜ୍ଞତା ନଥିବା ବେଳେ ଶିକ୍ଷା ମଧ୍ୟ ଶେଷ ହୋଇନଥିବ । ତେଣୁ ଲଳିତକଳା ଏକାଡେମୀ ଭଳି ସଂସ୍ଥାରେ ଜଣେ ୧୮ବର୍ଷର ପିଲାଙ୍କୁ କିପରି ସଭାପତି ଦାୟିତ୍ୱ ଦେବାକୁ ବିଭାଗ ନିଷ୍ପତ୍ତି ନେଲା ତାହା ଚର୍ଚ୍ଚାର ବିଷୟ । ଯଦିବି ବୟସସୀମାକୁ ୧୮ବର୍ଷକୁ ହ୍ରାସ କରାଯାଇଥିଲା ତେବେ ୩ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ସଭାପତି ପଦବୀରେ କୌଣସି ୧୮ବର୍ଷର ପିଲାଙ୍କୁ କାହିଁକି ସଭାପତି ଭାବେ ନିଯୁକ୍ତି ଦିଆଯାଇ ନାହିଁ । ସେହିପରି ଲଳିତକଳା ଏକାଡେମୀ ସଭାପତି ପଦବୀ ଲାଗି ଯେଉଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ତାହା ହେଉଛି ଭିଜୁଆଲ ଆର୍ଟ । ରାଜ୍ୟରେ ଥିବା ବିକେଆର୍ଟ କଲେଜ ଭଳି ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ ବାଧ୍ୟତାମୂଳକ । ମାତ୍ର ବର୍ତ୍ତମାନ ସଭାପତିଙ୍କ ଭିଜୁଆଲ ଆର୍ଟରେ ଦକ୍ଷତା ନାହିଁ ।ସେହିପରି ଦୀର୍ଘ ୬୦ବର୍ଷ ହେବ ଲଳିତକଳା ଏକାଡେମୀରେ ସଭାପତି, ଉପସଭାପତି ଏବଂ ସମ୍ପାଦକ ପଦବୀରେ କୌଣସି ମହିଳା ଶିଳ୍ପୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ବୋଲି କବିତା ଅଭିଯୋଗ କରିଛନ୍ତି ।

ଏପରିକି ନିଜେ କବିତା ଜଣେ ଓଡ଼ିଶାର ପ୍ରଥମ ମହିଳା ଭାସ୍କର୍ଯ୍ୟ ଶିଳ୍ପୀ ହୋଇଥିବା ବେଳେ ସେ ବିକେ ଆର୍ଟ କଲେଜର ପ୍ରଥମ ବ୍ୟାଚ ପିଲା । ଏକାଡେମୀରେ ଜଣେ ବ୍ୟକ୍ତିଙ୍କୁ ଦୀର୍ଘଦିନ ହେବ ଥଇଥାନ କରିବା ଅଭିଯୋଗରେ ରାଜ୍ୟର ବରିଷ୍ଟ ଚିତ୍ରଶିଳ୍ପୀମାନେ ପୂର୍ବରୁ ଅଭିଯୋଗ କରିଥିଲେ । ପରେ ଏହାର ପ୍ରତିବାଦ କରି କବିତା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଗତ ୨୯ତାରିଖରେ ଉଚ୍ଚନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ସଭାପତିଙ୍କ କାର୍ଯ୍ୟକାଳ ୩ବର୍ଷ କିପରି ବୃଦ୍ଧି କରାଗଲା ତା’ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ । ଏହାସହ ସର୍ଚ୍ଚ କମିଟିକୁ ୨ସପ୍ତାହ ମଧ୍ୟରେ ପିଟିସନରଙ୍କୁ ଡକାଇ ତାଙ୍କ ଦରଖାସ୍ତ ବିଚାରକରି ଏକ ଯୁକ୍ତିଯୁକ୍ତ ଆଦେଶ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking