27.1 C
Bhubaneswar
Friday, March 29, 2024
HomeUncategorizedଉନ୍ନାଓ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ କୁଲଦୀପ୍ ସିଂ ସେଙ୍ଗର

ଉନ୍ନାଓ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ କୁଲଦୀପ୍ ସିଂ ସେଙ୍ଗର

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡିତା ବାପାଙ୍କ ମୃତ୍ୟୁ ଘଟଣାରେ ତିସ୍ ହଜାରୀ କୋର୍ଟ କୁଲଦୀପ୍ ସିଂ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଦୋଷ ମୁକ୍ତ କରିବା ସହ ସେଙ୍ଗରଙ୍କ ସମେତ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଏହି ଦୋଷୀମାନଙ୍କ ଉପରେ ଶୁଣାଣୀ ୧୨ ମାର୍ଚ୍ଚରେ କରାଯିବ । କୋର୍ଟ କହିଛନ୍ତି ଯେ, ସେଙ୍ଗର ଯେଉଁ କାଣ୍ଡ କରିଥିଲେ, ତା ଉପରେ ତାଙ୍କର ହତ୍ୟା ଉଦ୍ଦେଶ୍ୟ ନଥିଲା । ହେଲେ ପୀଡିତାଙ୍କ ବାପାଙ୍କୁ ବର୍ବରତା ପୂର୍ବକ ହତ୍ୟା କରାଯାଇଥିଲା । ନିଜକୁ ବଂଚାଇବା ପାଇଁ ସେଙ୍ଗର ଏପରି କରିଛନ୍ତି ବୋଲି କୋର୍ଟ କହିଛନ୍ତି । ତେବେ ଯେଉଁ ସାତ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି , ସେମାନଙ୍କ ମଧ୍ୟରେ ସେଙ୍ଗରଙ୍କ ବ୍ୟତୀତ ୨ ଜଣ ୟୁପି ପୋଲିସ ଅଧିକାରୀ ମଧ୍ୟ ସାମିଲ ରହିଥିବା ସୂଚନା ମିଳିଛି । ପୂର୍ବରୁ କୋର୍ଟ ୨୦ ଡିସେମ୍ବର ୨୦୧୯ରେ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ପରେ ସିବିଆଇ ସେଙ୍ଗରଙ୍କ ସହ ଅନ୍ୟ କିଛି ଲୋକଙ୍କ ବିରୋଧରେ ଏହି ମାମଲାର ତଦନ୍ତ ହେଉଥିଲା ।
https://onakhabar.com/2020/03/04/modi-wont-participate-in-holi-event/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking