34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉନ୍ନାଓ ପୀଡିତାଙ୍କ ମୃତ୍ୟୁ : ବିଧାନସଭା ବାହାରେ ଧାରଣା ଦେଲେ ଅଖିଳେଶ ଯାଦବ

ଉନ୍ନାଓ ପୀଡିତାଙ୍କ ମୃତ୍ୟୁ : ବିଧାନସଭା ବାହାରେ ଧାରଣା ଦେଲେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଗତକାଲି ରାତି ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଜୀବନ ମୃତ୍ୟୁ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେଲାଣି। ମୃତ ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉନ୍ନାଓ ଯାଇଛନ୍ତି। ଅପର ପକ୍ଷରେ ସପାର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଦାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି।
ରାଜ୍ୟରେ ବିଗୁଡୁଥିବା କାନୁନ ବ୍ୟବସ୍ଥା, ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଉପରେ ଆକ୍ରୋଶ ପ୍ରକାଶ କରି ଅଖିଳେଶ ଯାଦବ ଆଜି ୧୧ଟାରେ ବିଧାନସଭା ସମ୍ମୁଖରେ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲ ଏବଂ ରାଷ୍ଟ୍ରୀୟ ସଚିବ ରାଜେନ୍ଦ୍ର ଚୌଧୁରୀଙ୍କ ସହ ଧାରଣାରେ ବସିଛନ୍ତି।
ଏହା ପୂର୍ବରୁ ସେ ୨ ମିନିଟ୍ ମୌନ ବ୍ରତ ରଖି ଦୁଷ୍କର୍ମ ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଅଖିଳେଶ ଧାରଣାରେ ବସିବା ସୂଚନା ମିଳିବା ପରେ କାର‌୍ୟ୍ୟକର୍ତ୍ତାମାନେ ବିଧାନସଭା ଭବନରେ ପହଁଚିଛନ୍ତି। ସପାର ନେତା କହିଛନ୍ତି ଯେ, ବିଜେପି ରାଜରେ ମହିଳା, ଶିଶୁ ସୁରକ୍ଷିତ ନାହାଁନ୍ତି। ଏହି ସମୟରେ ଅଖିଳେଶ କହିଛନ୍ତି ଯେ, ଉନ୍ନାଓ ଘଟଣା ଏକ ଦୁଃଖଦ ଘଟଣା। ଉନ୍ନାଓ ପୀଡିତା ବଞ୍ଚିବାକୁ ଚାହୁଁଥିଲେ। ବହୁ ଚେଷ୍ଟା କରିବା ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking