30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୨୦୨୧ରେ ଉଡାଣ କରିବ ମାନବବିହୀନ ଗଗନଯାନ

୨୦୨୧ରେ ଉଡାଣ କରିବ ମାନବବିହୀନ ଗଗନଯାନ

ନୂଆଦିଲ୍ଲୀ: ମାନବ ବିହୀନ ଉଡିବାକୁ ପ୍ରସ୍ତୁତ ହୋଇଥିବା ଭାରତର ଉଚ୍ଚାଭିଳାଷୀ ଗଗନଯାନ ମିଶନକୁ ବାତିଲ୍ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ୨୦୨୧ରେ ଏହା ଉଡାଣ କରିବ । ଏବେ ଯେହେତୁ ମହାମାରୀ କରୋନା ତାର କାୟା ମେଲାଇ ଚାଲିଛି, ସେଥିପାଇଁ ଏନେଇ ଇସ୍ରୋ ସୂଚନା ପ୍ରଦାନ କରିଛି । ବିଶେଷ ଭାବରେ ଚଳିତ ବର୍ଷ ଶେଷ ଆଡକୁ ଏହାକୁ ନିର୍ଦ୍ଧାରିତ କରାଯାଇଥିଲା । ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ, ସେମାନଙ୍କୁ ଦିଆଯାଇଥିବା ନିର୍ଦେଶ ମଧ୍ୟରେ ଚଳିତ ବର୍ଷ ମାନବବିହୀନ ଗଗନଯାନ ମିଶନ କାର୍ଯ୍ୟକ୍ରମରେ ନାହିଁ ବୋଲି ସେ କହିଛନ୍ତି । ଇସ୍ରୋ ଅଧକ୍ଷ କେ ଶିବନ କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ସହ ମାନବବିହୀନ ଉଡାଣ ସମ୍ଭବପର ନୁହେଁ । ସେ ଆହୁରି କହିଛନ୍ତି, ୫ ରୁ ୬ ଟି ମିଶନର ଯୋଜନା ପ୍ରସ୍ତୁତ ହୋଇଥିଲା । ଯାହା ମଧ୍ୟରେ ଜିସ୍ୟାଟ-୧ ବି ସାମିଲ ରହିଛି । ହେଲେ ଚଳିତ ବର୍ଷ ଆରମ୍ଭରୁ ଏହି ମିଶନକୁ ସ୍ଥଗିତ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬,୫୭୯ ଜଣ । ଚିକିତ୍ସାଧୀନ ଅଛନ୍ତି ୧,୩୭,୪୪୮ଜଣ। ଏଥିରୁ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୪୧ ହଜାର ୨୯ଜଣ । ମୃତ୍ୟୁ ବରଣ କରିଛନ୍ତି ୮,୧୦୨ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୫୭ ଜଣଙ୍କର ମୃତ୍ୟୁ ଘଟିଛି।  ମହାରାଷ୍ଟ୍ରରେ ସର୍ବାଧିକ ୯୪,୦୪୧ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୩, ୪୩୮ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking