28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସୋଡ଼ିଗୁଡ଼ାରେ ଅଜଣା ରୋଗ ଆତଙ୍କ, ମାସକରେ ଗଲାଣି ୧୩ ଜୀବନ 

ସୋଡ଼ିଗୁଡ଼ାରେ ଅଜଣା ରୋଗ ଆତଙ୍କ, ମାସକରେ ଗଲାଣି ୧୩ ଜୀବନ 

ମାଲକାନଗିର : କରୋନା ମାଲକାନଗିରି ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ତମାନ ଅଜଣା ରୋଗ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏହି ଅଜଣା ରୋଗରେ ଗତ ଏକ ମାସ ମଧ୍ୟରେ ୧୩ ଜଣ ଜୀବନ ହରାଇଛନ୍ତି । ଜିଲ୍ଲାର  ମାଥିଲି ବ୍ଲକ ଅନ୍ତର୍ଗତ ସୋଡ଼ିଗୁଡ଼ା ଗ୍ରାମରେ ଦେଖାଦେଇଛି, ଏଭଳି ଅଜଣା ରୋଗର ଭୟାବହତା । ଏହି ଗ୍ରାମର ଲୋକଙ୍କୁ ପ୍ରଥମେ ଦେହ ଫୁଲିବା ସହ ସହ ଦୁର୍ବଳ ହେଉଛନ୍ତି । ପରେ ଆକ୍ରାନ୍ତ ବ୍ୟକ୍ତି ପ୍ରାଣ ହରାଉଥିବା ଜଣାପଡ଼ିଛି । ତେବେ ଲୋକେ କରୋନା ଯୋଗୁଁ ଚିକିତ୍ସାଳୟକୁ ଗଲେ ଚିକିତ୍ସା ସେବା ମିଳିବା ନେଇ ଆଶଙ୍କା ପ୍ରକାଶ କରି ଗୁଣିଆ ଓ ଦିଶାରୀର ମୁହାଁ ହେବାରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରାମର ବାମନ ମାଡ଼ି, ଆଡ଼ମା ସୋଡ଼ି, ମିଡିଆ ସୋଡ଼ି, କଷା ମାଡ଼ି, ଲକ୍ଷ୍ମୀ କବାସୀ , ଇର୍ମା କବାସୀ, ମଙ୍ଗଳା ମାଡ଼କାମି, ସନମତି ମାଡ଼ି ଓ ପଦ୍ମା ମାଡ଼ିଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗ୍ରାମର ଲୋକଙ୍କୁ ହାତ ଗୋଡ଼ ଫୁଲିଯାଉଛି ଓ ୫ ରୁ ୬ ଦିନ ପରେ ମୃତ୍ୟୁବରଣ କରୁଛନ୍ତି । ତେବେ ଲୋକଙ୍କୁ ପରାମର୍ଶ ଦେଲେ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ନ ଯାଇ ଗୁଣିଆ ଚିକିତ୍ସା କରୁଛନ୍ତି ବୋଲି ଗ୍ରାମର ସୁନ୍ଦରା ମାଡ଼କାମି ପ୍ରକାଶ କରିଛନ୍ତି । ଗ୍ରାମରେ ଅଜଣା ରୋଗର ପାଦୁର୍ଭାବ ଯୋଗୁଁ ବହୁତ ଭୟ ଲାଗୁଛି । ଜଣେ ପରେ ଜଣଙ୍କର ମୃତ୍ୟୁ ଘଟୁଛି । ତେଣୁ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମର ଯୋଗୀ ମାଡ଼ି ପ୍ରକାଶ କରିଛନ୍ତି । ଗତ ଏକମାସ ମଧ୍ୟରେ ଏଭଳି ମୃତ୍ୟୁ ଘଟୁଥିବାରୁ ଗ୍ରାମରେ ଆତଙ୍କର ବାତାବରଣ ଦେଖାଦେଇଛି । ଆଧୁନିକ ଯୁଗରେ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସାକ୍ଷରତା ହାର କମ ଯୋଗୁଁ ବାରମ୍ବାର ସଚେତନତା ସତ୍ୱେ ଲୋକେ ଗୁଣିଗାରିଡି ଉପରେ ନିର୍ଭର କରୁଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ମତପ୍ରକାଶ ପାଇଛି । ଗତ ଏକ ମାସ ତଳେ ଜଣେ କିଡ୍‌ନୀ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏକ ସ୍ୱାସ୍ଥ୍ୟ ଦଳ ଗଠନ କରି ଗ୍ରାମବାସୀଙ୍କ ରକ୍ତ ନମୂନା ସଂଗ୍ରହ କରି ପରବର୍ତ୍ତି  ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ.ଅମୀୟ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking