39.2 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗରାସ୍ତା କଡରୁ ମିଳିଲା ଅଜଣା ମହିଳାଙ୍କ ଶବ, କରୋନା ସନ୍ଦେହ 

ରାସ୍ତା କଡରୁ ମିଳିଲା ଅଜଣା ମହିଳାଙ୍କ ଶବ, କରୋନା ସନ୍ଦେହ 

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ବର୍ତମାନ କରୋନା ପରିସ୍ଥିତିରେ ପୂର୍ବପେକ୍ଷା ବହୁତ ସୁଧାର ଆସିଥିବା ବେଳେ ଜିଲ୍ଲା ଏବଂ ସହରରେ ଏହାର ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି । ଏଭଳି ସ୍ଥିତିରେ ଜଣେ ପାଗଳିଙ୍କ ରାସ୍ତା କଡରେ ମୃତ୍ୟୁ ଘଟଣା ପୁଲିସ ଏବଂ ଅଞ୍ଚଳବାସୀଙ୍କୁୂ ସନ୍ଦେହ ଘେରରେ ପକାଇ ଦେଇଛି ।  ମୃତ ମହିଳାଙ୍କ କୌଣସି ପରିଚୟ ମିଳିନଥିଲେ ମଧ୍ୟ ସେ ଭିକ୍ଷାବୃତି କରି ବଞ୍ôଚଥିବା ଜଣାପଡିଛି । ମଙ୍ଗଳବାର ସକାଳେ ହଳଦିଆପଦର ଓଭର ବ୍ରିଜ୍ ନିକଟରେ ଥିବା ରାସ୍ତା କଡରୁ ମହିଳାଙ୍କ ଶବ ମିଳିଥିବା ପୁଲିସ କହିଛି । ଘଟଣା ଜଣାପଡିବା ପରେ ଗୋସାଣୀନୂଆଗାଁ ଥାନା ପୁଲିସ ସେଠାରେ ପହଞ୍ôଚ ମହିଳାଙ୍କ ଶବକୁ ଜବତ କରିଛି । ବ୍ୟବଚ୍ଛେଦ ନିମନ୍ତେ ବଡମେଡିକାଲକୁ ପଠାଇ ଦେଇଛି । ସନ୍ଧ୍ୟା ହେବା ଯୋଗୁଁ ବ୍ୟବଚ୍ଛେଦ ହୋଇନଥିବା ନେଇ ଥାନାଧିକାରୀ ସୁମିତ ସୋରେନ୍ ସୂଚନା ଦେଇଥିଲେ । ମହିଳାଙ୍କ ବୟସ ୪୦ ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ମହିଳା ଜଣକ ମଙ୍ଗଳବାର ଭୋରରୁ ନିକଟରେ ଥିବା ଏକ ହୋଟେଲ୍‌କୁ ଯାଇଥିଲେ, ସେଠାରେ ସେ ସାମାନ୍ୟ ହାଲିଆ ହୋଇ ବସି ପଡିଥିଲେ । ଏପରିକି ଛାତି ବ୍ୟଥା ହେଉଥିବା ମଧ୍ୟ କହିଥିବା ଜଣାପଡିଛି । ତେଣୁ ମହିଳାଙ୍କୁ କରୋନା ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏ ନେଇ ଥାନାଧିକାରୀ ସୁମିତ୍ ସୋରେନ୍‌ଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ, ଏ ନେଇ କୌଣସି ଟେଷ୍ଟ କରାଯାଇ ନାହିଁ । ଯଦି ଆବଶ୍ୟକ ହୁଏ, ତେବେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଟେଷ୍ଟ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି । ମହିଳାଙ୍କ ଶବ ବଡମେଡିକାଲ ବ୍ୟବଚ୍ଛେଦ ଗୃହରେ ରହିଛି । ଆଜି  ବ୍ୟବଚ୍ଛେଦ ପୂର୍ବରୁ କରୋନା ଟେଷ୍ଟ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking